ଏହି ଦୁଇ ନାୟକଙ୍କ ସହ ଉଭୟ ଓଡ଼ିଆ ଏବଂ ବଙ୍ଗଳା ସିନେମାରେ କାମ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଅଧିକାଂଶ ଆଗ ଧାଡ଼ିର ନାୟକଙ୍କ ସହ ଅନ୍‌ ସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି । ସେ ସିଦ୍ଧାନ୍ତ,ଅନୁଭବ,ଅରିନ୍ଦମ୍‌,ସବ୍ୟସାଚୀ ଆକାଶପ୍ରମୁଖ ନାୟକ ଏପରିକି ସେ କେତେଜଣ ଟଲିଡଡ୍‌ ନାୟକଙ୍କ ସହ ବି ଅନ୍‌ସ୍କ୍ରିନ୍‌ ରୋମାନସ କରିଛନ୍ତି । ବର୍ଷା କେବଳ ଯେ ଓଡ଼ିଆ ଛବିରେ କାମ କରିଛନ୍ତି ତାହା ନୁହେଁ ବରଂ ତାଙ୍କୁ ବେଶ କେତୋଟି ବଙ୍ଗଳା ସିନେମାରେ ବି ଦେଖିବାକୁ ମିଳିଛି। ହେଲେ ଆପଣ ଜାଣନ୍ତିକି ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଏବଂ ଟଲିଉଡର ଜଣେ ଟପ୍‌ ହିରୋଙ୍କ ସହ କେବଳ ବଙ୍ଗଳା ସିନେମାରେ ନୁହେଁ ବରଂ ଓଡ଼ିଆ ଛବିରେ ବି ରୋମାନସ କରିଛନ୍ତି। ଏହି ନାୟକଙ୍କ ଭିତରୁ ଜଣେ ହେଲେ ଅରିନ୍ଦମ୍‌ ଏବଂ ଅନ୍ୟଜଣକ ହେଲେ ଜିତ୍‌ । ଅରନ୍ଦମଙ୍କ ସହ ବର୍ଷା ‘ଏ ମନ ମାନେନା’,ପର୍ଶୁରାମ’ ଏବଂ ‘ରୋମିଓ ଜୁଲିଅଟ୍‌’ ଭଳି ଓଡ଼ିଆ ଛବିରେ କାମ କରିଛନ୍ତି। ଏହି ଯୋଡି ବଙ୍ଗଳା ସିନେମାରେ ବି ଏକାଠି ଆସିଛନ୍ତି ।

ଟଲିଉଡର ସୁପରଷ୍ଟାର୍‌ କେବଳ ଗୋଟିଏ ଓଡ଼ିଆ ସିନେମାରେ ଦେଖା ଦେଇଥିଲେ। ଏହି ସିନେମାର ଟାଇଟଲ ହେଲା ‘ସୁନାଶଂଖାଳି’। ପ୍ରଦୀପ ଭୋଳଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରବି କିନ୍ନାଗୀ। ଏଥିରେ ଜିତଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା ପ୍ରିୟଦର୍ଶିନୀ। ଏହି ଛବିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ,ସ୍ୱସ୍ତିକା,ହର ପଟ୍ଟନାୟକ ଏବଂ ମନୋଜ ମିଶ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଅପରପକ୍ଷରେ ବର୍ଷାଙ୍କୁ ବଙ୍ଗଳା ସିନେମା‘ଜୋର୍‌’ରେ ବି ଜିତ୍‌ ଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଦୁଇଟି ସିନେମା ଛଡ଼ା ଅନ୍ୟ କୌଣସି ସିନେମାରେ ଏକାଠି ନଜର ଆସିନାହାନ୍ତି ଜିତ୍‌-ବର୍ଷା ଯୋଡ଼ି।

ସମ୍ବନ୍ଧିତ ଖବର