୨୦୧୯ରେ ‘ନିମକି’, ୨୦୨୦ରେ ଏହି ରୂପରେ ପରଦାକୁ ଆସିବେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ଦର୍ଶକ ଏ ବର୍ଷ କେବଳ ଗୋଟିଏ ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି। ସେହି ସିନେମା ହେଲା ‘ନିମକି’। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବର୍ଷାଙ୍କୁ ଟାଇଟଲ୍ ରୋଲରେ ଦେଖିବାକୁ ମିଳିଥିଲା।

 

Related image

ତେବେ ବର୍ଷା ପ୍ରିୟଦର୍ଶିନୀଙ୍କର ଅଭିନୀତ ‘କୁଇନ୍’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହା ୨୦୨୦ରେ ରିଲିଜ ହେବାର ସମ୍ଭାବନା ରହିଛି। ଏଥିରେ ବର୍ଷା ପ୍ରଥମ ଥର ଲାଗି ଜୟଜିତଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଏହାର ପ୍ରଯୋଜକ ବିଜୟ କନ୍ଦୋଇ।ଏହାର ନିର୍ଦ୍ଦେଶକ ହେଉଛନ୍ତି ମୃତ୍ୟୁଞ୍ଜୟ ସାହୁ(ବାପି)। ବିଜୟ ମଲ୍ଲ ଏହାର ସଂଳାପ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ମଳୟ ମିଶ୍ର। ଏହି ସିନେମାକୁ ନେଇ ବର୍ଷା ଖୁବ୍ ଉତ୍ସାହିତ ଅଛନ୍ତି।

ସୂଚନାଯୋଗ୍ୟ, ଓଲିଉଡ଼ରେ ନାୟିକାଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜର ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ୰ ହର ପଟ୍ଟନାୟକ। ୨୦୦୩ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ସୂରଜ କୁମାରଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବର୍ଷା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବର୍ଷା ପ୍ରିୟଦର୍ଶିନୀଙ୍କର ଗତ ବର୍ଷ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରି ନଥିଲା। ଅପର ପକ୍ଷରେ ୨୦୧୭ରେ ତାଙ୍କର କେବଳ ଗୋଟିଏ ଓଡ଼ିଆ ସିନେମା ପରଦାକୁ ଆସିଥିଲା। ତାହା ହେଲା ‘ରୋମିଓ ଜୁଲିଅଟ୍’। ଠିକ୍ ସେହିପରି ୨୦୧୬ରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଦୁଇଟି ସିନେମା ‘ଗୋଟେ ଶୁଆ ଗୋଟେ ଶାରୀ’ ଏବଂ ‘ଛାତି ତଳେ ଡିଙ୍ଗ ଡଂ’ ରିଲିଜ୍ ହୋଇଥିଲା।

ସମ୍ବନ୍ଧିତ ଖବର