ଏହି ସିନେମାରୁ ଓହରିବାପରେ ଆଉ ବ୍ରଜରାଜ ମୁଭିଜ୍‌ରେ କାମ କରି ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ହିରୋଇନଭାବେ ବ୍ରେକ୍‌ ଦେଇଥିଲେ ଜଣାଶୁଣା ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌। ହଁ ଏହି ବ୍ୟାନରରେ ନିର୍ମିତ ତଥା ବିନୟ ନାୟକଙ୍କ ପ୍ରଯୋଜିତ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏଥିରେ ବର୍ଷାଙ୍କ ନାୟକ ଥିଲେ ବିନୟ ନାୟକଙ୍କ ସାନ ଭାଇ ସୂରଜ କୁମାର। ହର ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀ,ଜ୍ୟୋତି ମିଶ୍ର,ଉଷସୀ ମିଶ୍ର ,ଦେବୁ ବୋଷ , ହର ପଟ୍ଟନାୟକ ଜୟୀ ଏବଂ ହରି ପ୍ରମୁଖ ଅଭିନୟ କରିଥିଲେ। କହିବାବାହୁଲ୍ୟ ଯେ ‘ଏ ଯୁଗର କୃଷ୍ଣ ସୁଦାମା’ ସୁପରହିଟ୍‌ ହୋଇଥିଲା।ଏହାପରେ ବର୍ଷା ପ୍ରିୟଦର୍ଶିନୀଙ୍କର ଉକ୍ତ ସଂସ୍ଥା ବ୍ରଜରାଜ ମୁଭିଜ ମୁଭିଜ୍‌ ସହିତ ସୁସଂପର୍କ ସ୍ଥାପିତ ହୋଇଥିଲା ମାତ୍ର ତାଙ୍କୁ ବ୍ରଜରାଜ ମୁଭିଜ ଏହାପରେ କିନ୍ତୁ ପ୍ରାୟ ୫ ବର୍ଷ ଯାଏଁ କୌଣସି ସିନେମାରେ ନେଇ ନଥିଲେ। ତେବେ ସେ ବ୍ରଜରାଜ ମୁଭିଜ୍‌ର ମୁଁ ତତେ ଲଭ୍ କରୁଚିରେ ଅତିଥି କଳାକାର ବନିଥିଲେ ।

ତେବେ ବର୍ଷା କିଛି ବର୍ଷପରେ ବ୍ରଜରାଜ ମୁଭିଜର ଏକ ସିନେମା ସାଇନ୍‌ କରିଥିଲେ। ଏହା ହେଲା‘ଡନ୍‌’। ଏହା ଏକ ବିଗ୍‌ ବଜେଟ୍‌ ମୁଭି ଥିଲା। ବିନୟ ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବଙ୍କ ବିପକ୍ଷରେ ଲଭଲିଙ୍କୁ ପ୍ରଥମ ଏବଂ ଅନ୍ତିମ ଥର ଲାଗି ଦେଖିବାକୁ ମିଳିଥିଲା। ହେଲେ ଆପଣ କ’ଣ ଜାଣନ୍ତି ଯେ ଏହି ଛବିରେ ଲଭଲି କରିଥିବା ଚରିତ୍ର ଲାଗି ପ୍ରଥମେ ବର୍ଷାଙ୍କୁ ନିଆଯାଇଥିଲା ହେଲେ ସେ ତିନି ଦିନ କାମ କରିବାପରେ ସେହି ସିନେମା ଛାଡି ଦେଇଥିଲେ।‘ଡନ୍‌’ ପରେ ବ୍ରଜରାଜ ମୁଭିଜ୍‌ ଯେତେ ସିନେମା ତିଆରି କରିଛନ୍ତି କୌଣସିଟିରେ  ନ ଥିଲେ ବର୍ଷା ପ୍ରିୟଦର୍ଶିନୀ

ସମ୍ବନ୍ଧିତ ଖବର