ଭୁବନେଶ୍ୱର: ଆଜି ହେଉଛି ଓଲିଉଡ୍‌ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ। ନାୟିକାଭାବେ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ ଏ ଯୁଗର କୃଷ୍ଣ ସୁଦାମା’। ଏହାପରେ ସେ ଅନେକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ। ଓଲିଉଡରେ ତାଙ୍କୁ ମିଳିଲା ଜବରଦସ୍ତ ସଫଳତା।
ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଟଲିଉଡରେ ପ୍ରବେଶ କରିଥିଲେ। ସେ କେତୋଟି ବଙ୍ଗଳା ସିନେମାରେ ନାୟିକା ଭୂମିକାରେ ଅଭିନୟ କରି ସେଠାରେ ବି ବେଶ ଲୋକପ୍ରିୟ ହୋଇଥିଲେ। ‘ଜୋର୍‌’ ହେଉଛି ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଥମ ବଙ୍ଗଳା ସିନେମା। ଏଥିରେ ବର୍ଷାଙ୍କୁ ବଙ୍ଗଳା ସୁପରଷ୍ଟାର୍‌ ଜିତ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ବଙ୍ଗଳା ସିନେ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ସ୍ୱପନ ଶାହା।
ଟି.ଶଙ୍କର ପ୍ରଡକ୍ସନ୍‌ସ ନିର୍ମିତ ‘ଜୋର୍‌’ ରିଲିଜ୍‌ ହୋଇ ଥିଲା। ୨୦୦୮ରେ। ଏଥିରେ ଦୀପଙ୍କର ଦେ, ସୁବ୍ରତ ଦତ୍ତ ଓ ମିମି ଦତ୍ତା ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଏହା ସୁପରହିଟ୍‌ ହୋଇଥିଲା ।

Advertisment

publive-image
ଏ ଦୃଷ୍ଟିରୁ ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପ୍ରଥମ ବଙ୍ଗଳା ସିନେମାରେ ବଙ୍ଗୀୟ ଦର୍ଶକଙ୍କ ମନ ଜିଣି ପାରିଥିଲେ। ସେ ଟଲିଉଡର ହିଟ୍‌ ହିରୋଇନ୍‌ର ମାନ୍ୟତା ବି ପାଇଗଲେ। ଏହାପରେ ସେ ଗୋଲମାଲ୍‌,ଲଭଷ୍ଟୋରି, ଟକ୍କର୍‌,ଅଚେନା ପ୍ରେମ୍‌,ହାସିଖୁସିକ୍ଲବ୍‌ ଏବଂ ଟାପୁଟୁପୁର ବ୍ରିଷ୍ଟି ପଡେ ଆଦି ବଙ୍ଗଳା ସିନେମାରେ ନାୟିକାଭାବେ ନଜର ଆସିଥିଲେ ।