ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କର ଚକୋଲେଟ୍‌ ଭାରି ପ୍ରିୟ

ଓଲିଉଡର ଗ୍ଲାମରସ୍‌ ନାୟିକା ବର୍ଷା ପ୍ରିୟଦର୍ଶନୀ ବିଭିନ୍ନ ସମୟରେ କେତକ ବ୍ୟକ୍ତିଗତ କାରଣରୁ ବି ଚର୍ଚ୍ଚାରେ ରହିଥାନ୍ତି । ସମସ୍ତଙ୍କୁ ଜଣାଯେ ସେ ଶିଶୁ କଲାକାରରୁ ନାୟିକା ବନିଛନ୍ତି । ହେଲେ ଆପଣ କ’ଣ ଜଣନ୍ତି ଯେ ପିଲାଦିନେ ସୁଟିଂ ସେଟ୍‌ ରେ ତାଙ୍କୁ ଏକ ଜିନିଷ ଦିଆ ଯାଇ ଅଭିନୟ କରିବାକୁ ତାଙ୍କୁ ଉତ୍ସାହିତ କରାଯାଉ ଥିଲା ।

ହଁ, ସେ ଜିନିଷଟି ପିଲାମାନଙ୍କର ସବୁଠାରୁ ବେଶି ପସନ୍ଦ । ତାହା ହେଲା ଚକ୍‌ଲେଟ୍‌ । ବର୍ଷା ପ୍ରିୟଦର୍ଶନୀଙ୍କର ବି ଚକ୍‌ଲେଟ୍‌ ପ୍ରତି ରହିଛି ସ୍ୱତନ୍ତ୍ର ଆକର୍ଷଣ। ସେ ଯେତେବେଳେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ତଥା ସୋ-ମ୍ୟାନ ବସନ୍ତ ନାୟକଙ୍କ ପ୍ରଯୋଜିତ ଦ୍ୱିଭାଷୀ ସିନେମା ‘ମା’ର ସୁଟିଂ କରୁଥିଲେ, ସେତେବେଲେ ତାଙ୍କୁ ସେଟରେ ବୁଲାଉ ଥିଲେ ପ୍ରଯୋଜକଙ୍କ ମାଝିଆ ପୁଅ ଟୁଟୁ ଓରଫ ସଞ୍ଜୟ ନାୟକ । ଆଉ ସେଟରେ ବର୍ଷାଙ୍କୁ ବହୁତ ଚକୋଲେଟ୍‌ ମଧ୍ୟ ଖାଇବାକୁ ଦିଆଯାଉଥିଲା । ଚକୋଲେଟ୍‌ ଖାଇବା ପରେ ହିଁ ଶିଶୁ କଳାକାର ବର୍ଷା ଖୁବ୍‌ ଭଲ ଅଭିନୟ କରୁଥିଲେ।

ଠିକ ସେହିପରି ବଡ଼ ହୋଇ ଓଲିଉଡ୍‌ରେ ନାୟିକା ସାଜିବା ପରେ ମଧ୍ୟ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଚକୋଲେଟ୍‌ କନେକ୍‌ସନ୍‌ ରହିଲା । ଶୁଣାଯାଏ, ନିଦ୍ଦେର୍ଶକ ସୁଶାନ୍ତ ମଣି ବର୍ଷାଙ୍କୁ ସେଟରେ ଚକୋଲେଟ୍‌ ଖାଇବାକୁ ଦେଉଥିଲେ । ସୁଶାନ୍ତ ମଣି ଓରଫ ସାନୁଙ୍କ ନିଦ୍ଦେର୍ଶନାରେ ବର୍ଷା ପ୍ରିୟଦର୍ଶନୀ କେବଳ ଗୋଟିଏ ଓଡ଼ିଆ ଛବିରେ କାମ କରିଛନ୍ତି। ସେହି ସିନେମା ହେଲା ସାର୍ଥକ ମୁଜିକ୍‌ର ‘ଆମ ଭିତରେ କିଛି ଅଛି’। ଏଥିରେ ବର୍ଷାଙ୍କ ନାୟକ ଥିଲେ ଅନୁଭବ ।

ସମ୍ବନ୍ଧିତ ଖବର