ମୁମ୍ବାଇ: ଆମେ ସମସ୍ତେ ଜାଣନ୍ତି ଅଭିନେତା ସଲମାନ ଖାନ୍ଙ୍କ ନବେ ଦଶକର ସୁପରହିଟ୍ ଚଳଚ୍ଚିତ୍ର ‘ଯୁଡୁଓ୍ଵା’ର ସିକ୍ୟୁଏଲ୍ ‘ଯୁଡୁଓ୍ଵା-୨’ ଏବେ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ବରୁଣ ଧାଓ୍ଵନ। ବରୁଣ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଡବଲ୍ ରୋଲ୍ରେ ନଜର ଆସିବେ। ସଲମାନଙ୍କ ଅଭିନୀତ ‘ଯୁଡୁଓ୍ଵା’ର ୨୦ ବର୍ଷ ପୂର୍ତ୍ତି ଅବସରରେ ବରୁଣ ଏକ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଥିଲେ।
/sambad/media/post_attachments/wp-content/uploads/2018/02/teaser-18-300x300.jpg)
ଯେତେବେଳେ ବରୁଣଙ୍କୁ ଏହି ଚଳଚ୍ଚିତ୍ର ବିଷୟରେ ପଚରାଗଲା ସେ ଏକ ମଜାଦାରିଆ କଥା ଖୁଲାସା କରିଛନ୍ତି। ବରୁଣଙ୍କ କହିବ ମୁତାବକ ‘ଯୁଡୁଓ୍ଵା’ ରିଲିଜ୍ ବେଳକୁ ତାଙ୍କୁ ମାତ୍ର ୬ ବର୍ଷ ବୟସ ହୋଇଥାଏ। ବରୁଣ ଟ୍ରାଏଲ୍ ସୋ’ ଦେଖିବାକୁ ଯାଇଥିବା ବେଳେ ସଲମାନଙ୍କୁ ଦେଖି ‘ଅଙ୍କଲ୍’ ବୋଲି ସମ୍ବୋଧନ କରିଥିଲେ। ତାଙ୍କର ଏପରି ସମ୍ବୋଧନରେ କ୍ରୋଧ ପ୍ରକାଶ କରିଥିଲେ ସଲମାନ୍। ସଲମାନ କହିଥିଲେ, ‘ଖବରଦାର୍ ଯଦି ମୋତେ ଅଙ୍କଲ୍ ଡାକିଛ ତ। ଆଉ ଥରେ ଅଙ୍କଲ୍ ଡାକିଲେ ମୁଁ ଚାପୁଡ଼ା ମାରିବି। ମୋତେ ଭାଇ ବୋଲି ଡାକ।’ ଉଲ୍ଳେଖଯୋଗ୍ୟ, ସଲମାନ ଅଭିନୟ କରିଥିବା ‘ଜୁଡୁଓ୍ଵା’ ଚଳଚ୍ଚିତ୍ରଟିକୁ ବରୁଣଙ୍କ ବାପା ଦାଭିଡ ଧାଓ୍ଵନ ନିର୍ଦ୍ଦେଶନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/dc-Cover-c18il5ojcr0eq2ra5tur5sjtk0-20170601090919.Medi_.jpeg)