ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଓ ଗାୟକ ଅକ୍ଷୟ ମହାନ୍ତିଙ୍କ ସଂଯୋଗର ଏକଥା ଏକଦମ ନିଆରା

ଭୁବନେଶ୍ୱର: ଦିବଙ୍ଗତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଅନେକ ସମୟରେ ଗୋଟିଏ କଥା କହୁଥିଲେ ଯେ ତାଙ୍କର ଗୋଟିଏ ସ୍ୱପ୍ନ ଅଧୁରା ରହିଗଲା। ବିଳମ୍ବରେ ହେଉ ପଛେ ସେ ଚିରସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କୁ ନିଜ ନିର୍ଦ୍ଦେଶିତ କେବଳ ଗୋଟିଏ ସିନେମାରେ ନେଇଥିଲେ। ଏହି ସିନେମା ଥିଲା ‘ପୂଜା ଚନ୍ଦନ’। ଏହି ଫିଲ୍ମ ପାଇଁ ଅକ୍ଷୟ ମହାନ୍ତି ବାସୁଦେବ ରଥଙ୍କ ସ୍ୱର ସଂଯୋଜନାରେ ଦୁଇଟି ଗୀତ ଗାଇ ଥିଲେ। ସେ ଗୀତ ଦୁଇଟି ହେଲା ‘ପ୍ରିୟା ମୋର ଏ କି କଲ ଭଲ ପାଇ ଭୁଲିଗଲ..’ ଏବଂ ‘ଆଜି ମତେ ମିଳିଗଲା ମୋ’ମନ ମୟୁରୀ…’।

ଏଥିମଧ୍ୟରୁ ପ୍ରଥମଟି ଥିଲା ସୋଲୋ ଗୀତ । ଅନ୍ୟଟି ଅକ୍ଷୟ ମହାନ୍ତି ଅନୁରାଧା ପୋଡଓ୍ଵାଲଙ୍କ ସହ ଦ୍ୱୈତ କଣ୍ଠରେ ଗାଇଥିଲେ। ପୂଜାଚନ୍ଦନର କମର୍ସିଆଲ ରେକର୍ଡ ମୁକ୍ତିଲାଭ କରିଥିଲା। ତା’ପରେ ଏହି ଗୀତ ଦୁଇଟି ଓଡ଼ିଆ ସଙ୍ଗୀତ ଜଗତରେ ଚହଳ ସୃଷ୍ଟି କରିଥିଲା। ଶ୍ରୋତା ଆଜି ବି ଏହି ଗୀତକୁ ଝୁରୁଛନ୍ତି। ମାତ୍ର ବାସୁଦେବଙ୍କ କ୍ଷୋଭ ଥିଲା ଯେ ‘ପୂଜା ଚନ୍ଦନ’ ସିନେମା ତିଆରି ହୋଇନଥିଲା କି ପରଦାକୁ ଆସି ନ ଥିଲା। ଯଦି ଏହି ଫିଲ୍ମ ରିଲିଜ୍‌ ହୋଇଥାଆନ୍ତା, ହୁଏତ ବଡ ମ୍ୟୁଜିକାଲ୍‌ ହିଟ୍‌ ହୋଇଥାନ୍ତା।

ସମ୍ବନ୍ଧିତ ଖବର