ପାଦରଆଙ୍ଗୁଳି ଭାଙ୍ଗିଯିବା ସ‌ତ୍ତ୍ବେ ସୁଟିଂ ସେଟରେ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଅନେକ ବର୍ଷ ହେବ କୁଇଜ ସୋ ‘କୌନ ବନେଗା କରୋଡପତି’ର ହୋଷ୍ଟ କରୁଛନ୍ତି। ନିକଟରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ପାଦରେ ଆଘାତ ଲାଗି ଯାଇଛି। ଆଉ ତାହାକୁ ସେ କିପରି ଲୁଚାଉଛନ୍ତି।

ପାଦରେ ଆଘାତ ଲାଗିବା ସ‌ତ୍ତ୍ବେ ଅମିତାଭ ବଚ୍ଚନ କେବିସି-୧୩ର ସୁଟିଂ ପାଇଁ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ସେ ତାଙ୍କ ବ୍ଲଗରେ ଏକ ପୋଷ୍ଟ କରିଛନ୍ତି।
ଅମିତାଭ ବଚ୍ଚନ କହିଛନ୍ତି, ତାଙ୍କ ପାଦର ଆଙ୍ଗୁଳି ଭାଙ୍ଗି ଯାଇଛି। ଏହି କାରଣରୁ ତାଙ୍କୁ ଯନ୍ତ୍ରଣା ବି ହେଉଛି। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ୪ରୁ ୫ ସପ୍ତାହ ଲାଗିଯିବ।

କେବିସି-୧୩ରେ ନବରାତ୍ରି ସ୍ପେଶାଲ ଅଧ୍ୟାୟର ସୁଟିଂ ପାଇଁ ଅମିତାଭ ପାରମ୍ପରିକ ପୋଷାକରେ ନିଜର  ଏକ ଫଟୋ ସେୟାର କରିଛନ୍ତି। ସେ ନିଜ ପାଦରେ ଲାଗିଥିବା ଆଘାତର ବି ଏକ ଫେଟୋ ସେୟାର କରିଛନ୍ତି। ସେ ତାଙ୍କ ଫ୍ୟାକଚର ହୋଇଥିବା ଆଙ୍ଗୁଳିକୁ ଲୁଚାଇବା ପାଇଁ କାମୋଫ୍ଲାଜ ଜୋତା ପିନ୍ଧିଛନ୍ତି।

ସମ୍ବନ୍ଧିତ ଖବର