ଅଭିନୟ ଦକ୍ଷତାକୁ ବାଦ୍ ଦେଲେ ନିଜର ଦୈନନ୍ଦିନ ଜୀବନଧାରା ଓ ଫିଟ୍ନେସ୍ ପାଇଁ କରୀନା କପୁର ବଲିଉଡ୍ରେ ବେଶ୍ ଜଣାଶୁଣା। ନିଜର ମପାଚୁପା ଜୀବନଶୈଳୀ ପାଇଁ ସେ ନିଜକୁ ଆଜି ମଧ୍ୟ ପୂର୍ବ ପରି ଯୁବା କରି ରଖି ପାରିଛନ୍ତି। ଆପଣ ହୁଏତ ଜାଣି ନଥିବେ ଯେ ବେବୋ ଅଭିନୟ ଓ ମଡେଲିଂ ଭଳି ବୃତ୍ତିରେ ଥିଲେ ବି ଖୁବ୍ ଶୃଙ୍ଖଳିତ ଜୀବନ ବିତାନ୍ତି।
ନିକଟରେ ସେ ତାଙ୍କ ନିତିଦିନିଆ ଜୀବନକୁ ନେଇ କିଛି ଅଳ୍ପଜଣା କଥା ପ୍ରକାଶ କରିଛନ୍ତି। ସେଥିମଧ୍ୟରୁ ଗୋଟାଏ ହେଉଛି ତାଙ୍କ ଖାଦ୍ୟଶୈଳୀ। କରୀନା ତାଙ୍କ ନିତିଦିନିଆ ଖାଦ୍ୟ ତାଲିକାରେ ସୁସ୍ଥକର ଭାରତୀୟ ଖାଦ୍ୟକୁ ହିଁ ରଖିଛନ୍ତି। ଏହାଛଡ଼ା ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସେ ନିଦକୁ ପୂରା କରିବାକୁ ଯଥେଷ୍ଟ ଗୁରୁତ୍ବ ଦିଅନ୍ତି।
୪୪ ବର୍ଷ ବୟସରେ କରୀନା ଆଶ୍ରମରେ ରହୁଥିବା ଜଣେ ଶିଶୁ ପରି ଜୀବନଯାପନ କରନ୍ତି। ବେବୋ ଏକ ସାକ୍ଷାତ୍କାରରେ ଖୁଲାସା କରିଛନ୍ତି ଯେ ସେ ସଂଧ୍ୟା ୬ଟା ସୁଦ୍ଧା ରାତ୍ରଭୋଜନ କରିଦିଅନ୍ତି। ସବୁ କାମସାରି କୌଣସି ବି ପ୍ରକାରେ ସେ ରାତି ୯.୩୦ ସୁଦ୍ଧା ତାଙ୍କ ଘରର ସବୁ ଲାଇଟ୍ ବନ୍ଦ କରି ଶୋଇବାକୁ ଯାଆନ୍ତି। ଶରୀର ଯେତିକି ନିଦ ଦରକାର କରେ ଆରାମରେ ସେତିକି ସମୟ ଶୋଇବାକୁ ସେ ବେଶ୍ ଗୁରୁତ୍ବ ଦିଅନ୍ତି। ତାଙ୍କ କହିବା କଥା ହେଉଛି, ‘‘ଯଦି ଆପଣ ନିଜ ଶରୀରକୁ ଉଚିତ ଖାଦ୍ୟ ଓ ନିଦ୍ରା ଦେବେ ତ ସେ ଆପଣଙ୍କ ସାଥ୍ କେବେ ବି ଛାଡ଼ିବ ନାହିଁ।’’
ରାତି ସାଢ଼େନଅ ସୁଦ୍ଧା ଘର ଅନ୍ଧାର କରିଦିଅନ୍ତି ବେବୋ
ଅଭିନୟ ଦକ୍ଷତାକୁ ବାଦ୍ ଦେଲେ ନିଜର ଦୈନନ୍ଦିନ ଜୀବନଧାରା ଓ ଫିଟ୍ନେସ୍ ପାଇଁ କରୀନା କପୁର ବଲିଉଡ୍ରେ ବେଶ୍ ଜଣାଶୁଣା। ନିଜର ମପାଚୁପା ଜୀବନଶୈଳୀ ପାଇଁ ସେ ନିଜକୁ ଆଜି ମଧ୍ୟ ପୂର୍ବ ପରି ଯୁବା କରି ରଖି ପାରିଛନ୍ତି।
/sambad/media/media_files/2025/06/15/kXatDvnkp0PCtUBGSx3W.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)