ନୂଆଦିଲ୍ଲୀ: ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଅକ୍ଷୟ କୁମାର । ୫୭ ବର୍ଷରେ ବି ସେ କେମିତି ଏତେ ଫିଟ୍ ଅଛନ୍ତି ? ଫିଟ୍ ରହିବାକୁ କଣ ଖାଉଛନ୍ତି ? କେତେ ସମୟ ବ୍ୟାୟାମ କରୁଛନ୍ତି ? ଏବଂ ଏ ବୟସରେ ବି ସେ କେମିତି ଯୁବକଙ୍କ ପରି ଲାଗୁଛନ୍ତି ? ତାଙ୍କ ପ୍ରଶଂସକଙ୍କ ଗହଣରେ ଏ ସବୁ ପ୍ରଶ୍ନ ଅନେକ ସମୟରେ ଉଠୁଥିବା ବେଳେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁନ୍ଦର ସ୍ବାସ୍ଥ୍ୟ ପଛର ସିକ୍ରେଟ୍ କହିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟୀ ।

Advertisment

ଏକ ପୋଡକାଷ୍ଟରେ ରୋହିତ ଅକ୍ଷୟଙ୍କ ସ୍ବାସ୍ଥ୍ୟ ପଛର ଗୁମର ଖୋଲିଛନ୍ତି । ରୋହିତ କହିଛନ୍ତି- ଅକ୍ଷୟ ସାଧାରଣ ଖାଦ୍ୟ ଖାଆନ୍ତି, ସାଧାରଣ ବ୍ୟାୟାମ ବି କରନ୍ତି । ସେ କୌଣସି ଫିଟନେଟ୍ ଟ୍ରେନିଂ ନିଅନ୍ତି ନାହିଁ । ୮୦ ମହଲା କୋଠାକୁ ସେ ଆରାମରେ ଉପର ତଳ ହୋଇଯିବେ । ଶୋଇବାକୁ ନେଇ ଅକ୍ଷୟ କୁମାର ଭାରି ସଂଯମ । ସମସ୍ତେ ଜାଣନ୍ତି ଅକ୍ଷୟ କୁମାର ଶୀଘ୍ର ଶୁଅନ୍ତି ମାତ୍ର ସୁଟିଂ ଥିଲେ ସେ ତାକୁ ମ୍ୟାନେଜ କରି ନିଅନ୍ତି ।

ତେବେ ଅକ୍ଷୟ କୁମାର ପ୍ରତିଦିନ ସକାଳେ ଶୀଘ୍ର ଉଠନ୍ତି ଏବଂ ବ୍ୟାୟାମ କରନ୍ତି । ଜିମ୍ ସହ ଯୋଗ ବି କରନ୍ତି । ଫିଟ୍ ରହିବା ପାଇଁ ଅକ୍ଷୟ କୁମାର ବିଭିନ୍ନ ସମୟରେ ମାର୍ଶଲ ଆର୍ଟ, ଟ୍ରେକ୍ ରନିଂ ପରି ଭିନ୍ନ ଭିନ୍ନ କୌଶଳ ଆପଣାନ୍ତି ।

ଏଥିସହ ଖାଦ୍ୟରେ ବି ଶୃଙ୍ଖଳା ରକ୍ଷା କରନ୍ତି ଅକ୍ଷକ କୁମାର । ସେ ସବୁବେଳେ ତାଜା ଫଳ ଖାଆନ୍ତି । ସବୁଜ ପନିପରିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେ ଖାଦ୍ୟରେ ଅଣ୍ଡା, ଡାଲି, ଚିକେନ୍ ଏବଂ ସାଲାଡ ଖାଇବାକୁ ଗୁରୁତ୍ବ ଦିଅନ୍ତି ।