ସିନେମାଟିଏ ନିର୍ମାଣ ହେବା ପଛରେ ଅନେକ ଲୋକଙ୍କ କାମ ରହିଥାଏ। କିଛି କାମ ସିଧାସଳଖ ଦର୍ଶକଙ୍କ ଆଖି ସାମ୍ନାକୁ ଆସେ ତ ଆଉ କିଛି କାମ ପରଦା ପଛର ନାୟକମାନେ କରିଥାନ୍ତି। ସେମାନଙ୍କ ସଂପୃକ୍ତି ଯୋଗୁଁ ସିନେମାଟି ସୁଟିଂ ସେଟ୍ରୁ ନେଇ ହଲ୍ ପର୍ଯ୍ୟନ୍ତ ଆସିପାରେ। ଚଳଚ୍ଚିତ୍ରରେ ସେଭଳି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ପ୍ରଡକ୍ସନ୍ ମ୍ୟାନେଜର୍।
ବନ୍ଦନା ମିଶ୍ର୍ର
ଓଡ଼ିଆ ସିନେଜଗତରେ ପ୍ରଡକ୍ସନ୍ ମ୍ୟାନେଜର୍ ସୁରେନ୍ଦ୍ର ମହାନ୍ତି ବେଶ୍ ଜଣାଶୁଣା। ‘ପରଦେଶୀ ଚଢ଼େଇ’ ସିନେମାରୁ ସେ ବୃତ୍ତିଗତ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କହିବାନୁସାରେ, ସିନେମା ନିର୍ମାଣରେ ପ୍ରଯୋଜକଙ୍କ ପ୍ରତିନିଧି ଭାବେ ସେ କାମ କରନ୍ତି। ଫିଲ୍ମଟି କେଉଁଠି ସୁଟିଂ ହେବ, କେବେ ହେବ, କିଏ କଳାକାର ରହିବେ, ସେମାନେ କ’ଣ ଖାଇବେ, େକଉଁଠି ରହିବେ ଆଦି ସବୁ ଦାୟିତ୍ବ ହେଉଛି ପ୍ରଡକ୍ସନ୍ ମ୍ୟାନେଜର୍ଙ୍କର।
ପ୍ରଡକ୍ସନ୍ ମ୍ୟାନେଜର୍ ହେବା ପାଇଁ ନିର୍ଦ୍ଦିଷ୍ଟ କୋର୍ସ ନାହିଁ। ସୁଟିଂ ସେଟ୍ରେ ରହି ଏହି କାମ ଶିଖିବାକୁ ହୁଏ। ସୁରେନ୍ଦ୍ର ପୂର୍ବରୁ ସିନେମା ନିର୍ମାଣ ସହ ଜଡ଼ିତ ରହି ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇବା ପରେ ପ୍ରଡକ୍ସନ୍କୁ ଆସିଥିଲେ। ଏବେ ତାଙ୍କ ପାଖରେ ସାନ ପିଲାମାନେ ରହି କାମ ଶିଖୁଛନ୍ତି। ସେ କହନ୍ତି, ବେଳେ ବେଳେ ନିଜ କାମକୁ ନେଇ ସିନେ ନିର୍ଦ୍ଦେଶକଙ୍କ ସହିତ ବିବାଦ ବି ଉପୁଜେ। ସ୍ଥାନ, ସମୟ ଓ କଳାକାର ସ୍ଥିର କରିବାର ଶତପ୍ରତିଶତ ନିଷ୍ପତ୍ତି ପ୍ରଡକ୍ସନ୍ ମ୍ୟାନେଜର୍ଙ୍କର େହାଇ ନଥାଏ। ଏଥିରେ ନିର୍ଦ୍ଦେଶକଙ୍କର ସହମତି ବି ରହିବା ଜରୁରି। ସେଥିପାଇଁ ସିନେମା ନିର୍ମାଣ ସମୟରେ ପ୍ରଡକ୍ସନ୍ ମ୍ୟାନେଜର୍ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବା ନିହାତି ଆବଶ୍ୟକ। ପରିବାର ମଧ୍ୟରେ ସ୍ବାମୀ-ସ୍ତ୍ରୀ ଯେପରି, ଫିଲ୍ମରେ ଏହି ଦୁଇ ବୃତ୍ତିର ଲୋକ ସେହିପରି।
ସୁରେନ୍ଦ୍ର କହନ୍ତି, ‘‘ପ୍ରଯୋଜକ ଯାହା ବଜେଟ୍ ଦିଅନ୍ତିି; ତା’ରି ଭିତରେ ଆମକୁ କାମ କରିବାକୁ ପଡ଼ିବ। ହେଲେ ବେଳେ ବେଳେ ବଜେଟ୍ ଅତିକ୍ରମ ବି କେର। ସେଥିପାଇଁ ଆମକୁ ପ୍ରଯୋଜକଙ୍କ ସହ କଥା ହେବାକୁ ପଡ଼େ। ତାଙ୍କ ଅନୁମତି ବିନା ଆମେ ନିଷ୍ପତ୍ତି ନେବାକୁ କେହି ନୁହଁ। ପ୍ରଡକ୍ସନ୍ ମ୍ୟାନେଜର୍ ଭାବେ ଯେଉଁମାନେ ବି କ୍ୟାରିୟର୍ ଗଢ଼ିବାକୁ ଚାହାନ୍ତି ସେମାନଙ୍କୁ ନିଜ ପାଇଁ ରୋଜଗାରର ଏକ ବିକଳ୍ପ ମାଧ୍ୟମ ରଖିବା ଜରୁରି। କାରଣ ଓଡ଼ିଶାରେ କେବଳ ଏହି ପେସା କରି ପେଟ ପୋଷିବା କଷ୍ଟକର ବ୍ୟାପାର। ଭାବିପାରନ୍ତି ଯେ ଦାୟିତ୍ବ ଯେତିକି ଅଧିକ, ରୋଜଗାର ସେତିିକି କମ୍।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/fshfshfsxbvb-2025-11-08-01-43-44.jpg)