ପୁଅର ବାପାମା’ ହେବା ସମ୍ମାନ ନୁହେଁ, ଦାୟିତ୍ବର କଥା: ଅନୁଷ୍କା

ହାଥରାସ୍‌ ଗଣଦୁ‌ଷ୍କର୍ମକୁ ଦେଇ ଦେଶରେ ଚାଲିଥିବା ବିରୋଧ ଉପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଲେଖିଛନ୍ତି, ‘ପୁଅ ହୋଇଗଲେ ଲୋକମାନେ ଏହାକୁ ନିଜର ଏକ ବଡ଼ ସମ୍ମାନ ବୋଲି ଭାବନ୍ତି’। ଲୋକମାନଙ୍କ ଏହି ଧାରଣାକୁ ଅଦୂରଦର୍ଶୀ ଦୃଷ୍ଟିକୋଣ କହିବା ସହ ଅନୁଷ୍କା ଲେଖିଛନ୍ତି, ଝିଅଟିଏ ଥିଲେ ତା’ଠାରୁ ସମ୍ମାନର କଥା ଆଉ କିଛି ନାହିଁ। ପୁଅଟିଏ ଥିଲେ ବଡ଼ ସମ୍ମାନ ବୋଲି ଭାବୁଥିବା ଲୋକ ଏହାକୁ ଭୁଲ ଅର୍ଥରେ ନେଉଛନ୍ତି, ପୁଅଟିଏ ଥିଲେ ସମ୍ମାନ ସେତେବେଳେ ଆସିବ, ଯେତେବେଳେ ସେ ପୁଅକୁ ତୁମେମାନେ ନାରୀର ସମ୍ମାନ କରିବା ଶିଖେଇ ପାରିବ। ପୁଅ ଥିବା ଅଭିଭାବକମାନଙ୍କ ଏହା ସମାଜ ପ୍ରତି କର୍ତ୍ତବ୍ୟ। ଏକ ଶିଶୁର ଲିଙ୍ଗ ବା‌ପା ମା’ଙ୍କ ପାଇଁ ସମ୍ମାନ ବା ସୁବିଧା ନୁହେଁ, ସମାଜ ପ୍ରତି ଏହା ଏକ ଦାୟିତ୍ବ‌। ଆମେ ପୁଅମାନଙ୍କୁ ଏମିତି ବଢ଼ାଇବା ଯେ ସମାଜରେ ଝିଅମାନେ ସୁରକ୍ଷିତ ଓ ସହଜ ଅନୁଭବ କରିବେ।

ସମ୍ବନ୍ଧିତ ଖବର