ହିନ୍ଦୀ ସିନେମାର ମିଷ୍ଟର୍ ଖିଲାଡି ଅକ୍ଷୟ କୁମାରଙ୍କ ‘ବେଲବଟମ୍’କୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ କରାଇବା ପାଇଁ ନିର୍ମାତା ଜ୍ୟାକି ଭଗନାନି ଓ ବାସୁ ଭଗନାନି ଚାହୁଛନ୍ତି। ଏନେଇ ବି-ଟାଉନ୍ରୁ ସୂଚନା ଆସୁଛି। ଚଳିତ ବର୍ଷ ଏପ୍ରିଲ ୨ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ କରାଇବା ପାଇଁ ଚର୍ଚ୍ଚା ଧରିବା ପରେ ଅକ୍ଷୟଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କାରଣ ପୂର୍ବରୁ ଅକ୍ଷୟଙ୍କ ଅଭିନୀତ ‘ଲକ୍ଷ୍ମୀ’ ଅନ୍ଲାଇନ୍ରେ ରିଲିଜ୍ ହେବା ପରେ ପ୍ରଥମ ଦିନ ଏହାକୁ ବହୁ ଲୋକଙ୍କ ଦ୍ବାରା ଆଦୃତ ହୋଇଥିଲା। ମାତ୍ର ଦ୍ବିତୀୟ ଦିନରୁ ଚଳଚ୍ଚିତ୍ର ଫ୍ଲପ୍ ବୋଲି କହି ଲୋକେ ଆଉ ଦେଖିନଥିଲେ। ସେହିଭଳି ଅକ୍ଷୟଙ୍କ ଦ୍ବିତୀୟ ଚଳଚ୍ଚିତ୍ର ‘ଦୁର୍ଗାମତୀ’କୁ ଲୋକେ ଦେଖିବା ଦୂରର କଥା ସିନେ ସମୀକ୍ଷକ ମାନେ ଏହାର ସମୀକ୍ଷା ମଧ୍ୟ କରିନଥିଲେ।
ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହେବ ବେଲ୍ବଟମ୍!
/sambad/media/post_attachments/wp-content/uploads/2021/01/Bell-Bottom.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)