ପୂଜା ଏଣ୍ଟରଟେନ୍ ପ୍ରଯୋଜିତ ତଥା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବେଲ୍ ବଟମ୍’ର ଟିଜର୍ ଆଜି ମୁକ୍ତିଲାଭ କରିଛି। ଭାରତର ସର୍ବୋଚ୍ଚ ଗୁଇନ୍ଦା ସଂସ୍ଥା ର’ ଏଜେଣ୍ଟ ଭୂମିକାରେ ଅକ୍ଷୟଙ୍କୁ ଦେଖିବାକୁ ମିଳୁଛି। ଏହି ଟିଜର୍ଟି ୟୁ-ଟ୍ୟୁବ୍ରେ ରିଲିଜ୍ ହୋଇଥିବା ବେଳେ ପ୍ରଶଂସକମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଆସନ୍ତାବର୍ଷ ଏପ୍ରିଲ୍ ୨ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
‘ବେଲ୍ ବଟମ୍’ର ଟିଜର୍ ରିଲିଜ୍
/sambad/media/post_attachments/wp-content/uploads/2020/10/bellbuttom.jpg)