ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ

Advertisment
ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌  ଦେଇଥିଲେ

ଓଲିଉଡରେ ଏମିତି କିଛି ବେଙ୍ଗଲି ବିଉଟି ଅଛନ୍ତି,ଯେଉଁମାନେ ବିଗ୍‌ବ୍ରେକ୍‌ ପାଇଥିଲେ। ବିଗ୍‌ବ୍ୟାନର ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ନାୟିକା ମାନଙ୍କ ଭିତରୁ  କେତେକ ପ୍ରଥମ ସିନେମାରେ ହିଁ ଅନ୍ତରଙ୍ଗ ଦୃଶ୍ୟ ଏପରିକି କିସିଂ ସିନ୍‌ ବି ଦେଇଥିଲେ।
ପତ୍ରାଲୀ:ବେଙ୍ଗଲି ବିଉଟି ପତ୍ରାଲୀଙ୍କୁ ଓଡ଼ିଆ ସିନେମାରେ ବ୍ରେକ୍‌ ଦେଇଥିଲେ ନିର୍ଦ୍ଦେଶକ ପ୍ରଦୀପ ଭୋଳ। ହଁ ପ୍ରଦୀପଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଚିନି’ରେ ପ୍ରଥମେ ଅଭିନୟ କରିଥିଲେ ନାୟିକା ଭୂମିକାରେ। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଥିଲେ ପତ୍ରାଲୀ।
‘ଚିନି’ରେ ପତ୍ରାଲୀ ଅମ୍ଳାନଙ୍କ ଓଠରେ ଓଠ ଥାପି କିସିଂ ସିନ୍‌ ଦେଇଥିଲେ। ଅର୍ଥାତ୍‌ ନିଜର ପ୍ରଥମ ସିନେମାରେ କିସିଂ ସିନ୍‌ କରିଥିବା ନାୟିକା ତାଲିକାରେ ରହିଥିଲେ ପତ୍ରାଲୀ। ଏହା ଅବଶ୍ୟ ଭିନ୍ନ କଥା ଯେ ‘ଚିନି’ ପୂର୍ବରୁ ପତ୍ରାଲୀଙ୍କୁ ଦର୍ଶକ ‘କିଏ ଦବ ଟକ୍କର’ ଓ ‘ପ୍ରେମରେ ପ୍ରେମରେ’ରେ ଦେଖିବାକୁ ପାଇଥିଲେ।

publive-image

ଲଭ୍‌ଲି:ବ୍ରଜରାଜ ମୁଭିଜ୍‌ ଭଳି ନାମୀ ପ୍ରଯୋଜନା ସଂସ୍ଥା ଓ ହର ପଟ୍ଟନାୟକଙ୍କ ଭଳି ଟପ୍‌ ନିର୍ଦ୍ଦେଶକଙ୍କ ସାଙ୍ଗକୁ ଓଲିଉଡର ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ସାଥ୍‌ ପାଇଥିଲେ ପ୍ରଥମ ଫିଲ୍ମରେ ବେଙ୍ଗଲି ବିଉଟି ଲଭଲି।
ହଁ ଲଭଲିଙ୍କ ଓଡ଼ିଆ ଡେବ୍ୟୁ ଫିଲ୍ମ ହେଲା ‘ରୋମିଓ ଦ ଲଭର ବୟ’। ଲଭଲି ପ୍ରଥମ ଓଡ଼ିଆ ସିନେମାରେ ନାୟକ ବାବୁସାନଙ୍କ ସହ କିସିଂ ସିନ୍‌ କରିଥିଲେ। ତା’ଛଡା ବାବୁସାନ୍‌ ଓ ଲଭଲିଙ୍କ ହଟ୍‌ ରୋମାନ୍ସ ବି କମ୍‌ ଚର୍ଚ୍ଚାର ବିଷୟ ହୋଇନଥିଲା। ତେବେ ଲଭଲି ପରେ ତାଙ୍କ ଅଭିନୀତ ସବୁ ସିନେମାରେ ଅଙ୍ଗ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe