ନିର୍ଦ୍ଦେଶକଙ୍କ ବିରୋଧରେ  ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ; କହିଲେ ବିବାଦର ଆପୋଷ ସମାଧାନ ହୋଇଛି

ଭୁବନେଶ୍ବର : ଓଡ଼ିଆ ଫିଲ୍ମ ‘ତୁ ମୋ ସୁନାଚଢ଼େଇ’ର ନାୟିକା ଏଲସା ଓ ନିର୍ଦ୍ଦେଶକ ଏସ୍. ଦିଲ୍ଲୀପ ପଣ୍ଡାଙ୍କ ଭିତରେ  ଦେଖାଦେଇଥିବା ବିବାଦ ଘଟଣାରେ ନାଟକୀୟ ମୋଡ଼ ଆସିଛି । ଗତ  ୨ ଦିନ ଧରି ନିର୍ଦ୍ଦେଶକ ଏସ୍. ଦିଲ୍ଲୀପ ପଣ୍ଡାଙ୍କ  ବିରୋଧରେ  ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସା ନେଇଛନ୍ତି ୟୁଟର୍ଣ୍ଣ । ଆଜି ଏକ ସାମ୍ବାଦିକ ସମ୍ମିଳନୀର ଏଲସା କହିଛନ୍ତି ଯେ  ନିର୍ଦେଶକଙ୍କ ସହ ଦେଖାଦେଇଥିବା ବିବାଦର ଆପୋସ ବୁଝାମଣାରେ ସମାଧାନ ହୋଇଛି। ସମସ୍ୟା କିଛି ବଡ଼ ନ ଥିଲା, ସେ  ରାଗ ମୁଡରେ ଥିବାରୁ ଅଡିଓ ରିଲିଜ ବେଳେ ଏପରି ଅଭିଯୋଗ ଆଣିଥିଲେ।

ଏପରିକି ସେମାନଙ୍କ ବିବାଦ ଭିତରେ ତୃତୀୟ ବ୍ୟକ୍ତି ନପଶିବାକୁ ଅଭିନେତ୍ରୀ ଏଲସା  କହିଛନ୍ତି । ଅଡିଓ ରିଲିଜ ବେଳେ ଯାହା ହୋଇଥିଲା ଭୁଲ ବୁଝାମଣା ଯୋଗୁ ହୋଇଥିବା ସେ ସଫେଇ ଦେଇଛନ୍ତି । ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଫିଲ୍ମର ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବଙ୍ଗୀୟ ଅଭିନେତ୍ରୀ ତଥା ଫିଲ୍ମର ଲିଡ ନାୟିକା ଏଲସା ଘୋଷ । ଫିଲ୍ମରେ ତାଙ୍କ ଦୃଶ୍ୟ ଓଗୀତ କଟାଯାଇଥିବା ସେ ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧିତ ଖବର