ଅନୁଷ୍କାଙ୍କୁ ଡେଟ୍ କରିଥିଲେ ସିଦ୍ଧାର୍ଥ ! ବିବାହ ପରେ ସିଦ୍ଧାର୍ଥ ମାଲ୍ୟାଙ୍କ ପ୍ରତିକ୍ରିୟା ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ତାଙ୍କର ଦୀର୍ଘ ଦିନର ପ୍ରେମିକା ଜସ୍ମିନଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିବାହର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଲଣ୍ଡନରେ ଦୁହେଁ ବିବାହ କରିଥିବା ବେଳେ ଏବେ ସିଦ୍ଧାର୍ଥଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସିଦ୍ଧ‌ାର୍ଥ ଅତୀତରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡେଟ୍ କରିସାରିଥିବା ବେଳେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବି ଡେଟ୍ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ସିଦ୍ଧାର୍ଥ କେବେ ବି ଅନୁଷ୍କାଙ୍କୁ ଡେଟ୍ କରିନଥିବା ସ୍ପଷ୍ଟ କରିଥିଲେ।

୨୦୧୪ରେ ବିଜୟ ମାଲ୍ୟା ଆରସିବି ଟିମ ସହ ଯୋଡି ହୋଇ ରହିଥିବା ବେଳେ ସିଦ୍ଧାର୍ଥ, ଅନୁଷ୍କା ଶର୍ମାଙ୍କୁ ଡେଟ୍ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ସିଦ୍ଧାର୍ଥ କହିଥିଲେ ଯେ, “ହଁ, ମୁଁ ଦୀପିକାଙ୍କୁ ଡେଟ୍ କରୁଥିଲି। ଏବେ ବି ମୁଁ ଦୀପିକାଙ୍କ ସହ ଯୋଗାଯୋଗରେ ଅଛି। ଅନୁଷ୍କା ଶର୍ମା ଏବଂ ମୁଁ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି। ହେ‌ଲେ ଏଥିରେ କୌଣସି ସତ୍ୟତା ନାହିଁ। ମୁଁ ଦୀପିକାଙ୍କ ସହ ଥିବା ବେଳେ ଅନୁଷ୍କାଙ୍କୁ ଦୁଇଥର ଏକ ପାର୍ଟିରେ ଭେଟିଥିଲି। ତାଙ୍କ ସହ ପ୍ରେମ ସମ୍ପର୍କ ନଥିଲା।”

ସମ୍ବନ୍ଧିତ ଖବର