ମୁମ୍ବାଇ : କିଛି ମାସ ତଳେ ବଲିଉଡ୍ ଅଭିନେତା ତଥା ଆମୀର ଖାନ୍ଙ୍କ ଭଣଜା ଇମ୍ରାନ ଖାନ୍ଙ୍କ ବୈବାହିକ ଜୀବନକୁ ନେଇ ଏକ ବଡ଼ ଖବର ମିଳିଥିଲା । ଇମ୍ରାନ ନିଜ ପତ୍ନୀ ଅବନ୍ତିକାଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିବା ଖବର ସମସ୍ତଙ୍କୁ ଚମକାଇ ଦେଇଥିଲା । ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ ମାତା-ପିତାଙ୍କ ପାଖରେ ରହୁଥିବା ନେଇ ସ୍ପଷ୍ଟ କରିଥିଲେ ଅବନ୍ତିକାଙ୍କ ମା’ । ତେବେ ଛାଡ଼ପତ୍ରର ଖବର ମଧ୍ୟରେ ଏବେ ଦୁହିଁଙ୍କ ସଂପର୍କ ସୁଧୁରିଥିବା ଜଣାପଡ଼ିଛି । ଇମ୍ରାନଙ୍କ ଜନ୍ମଦିନ ଅବସରରେ ଅବନ୍ତିକା ଫୁଲତୋଡ଼ା ସହ କ୍ଷମା ପତ୍ର ପଠାଇଥିବା ବେଳେ ଖୁବ୍ ଶୀଘ୍ର ଦୁହିଁଙ୍କ ସଂପର୍କ ସୁଧୁରିପାରେ ବୋଲି ଆଶା କରାଯାଉଛି ।
/sambad/media/post_attachments/ef6d1ac9ad614a36be7cd0cc0aac488d5737b8b2acbc9a03e2cd201dda5bae4f.jpeg)
ସୂଚନା ମୁତାବକ, ଭାବବିହ୍ଵଳ କଲା ଭଳି କଥା ଲେଖି ଅବନ୍ତିକା କ୍ଷମା ମାଗିଥିବା ବେଳେ କେଉଁ କାରଣ ପାଇଁ କ୍ଷମା ମାଗିଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଅବନ୍ତିକା ନିଜକୁ ମାନସିକ ଅବସାଦରୁ ଦୂରେଇ ରଖିବା ପାଇଁ ଇମ୍ରାନଙ୍କ ଘର ଛାଡ଼ି ବାପ ଘରକୁ ଚାଲି ଆସିଥିଲେ । ଏହି ସମୟରେ ଦୁହେଁ ପରସ୍ପର ସହ କଥା ହୋଇ ନ ଥିଲେ । କିଛି ଦିନ ଅଲଗା ରହିବା ପରେ ଏବେ ଅବନ୍ତିକା ପୁଣି ଥରେ ଇମ୍ରାନଙ୍କ ପାଖକୁ ଫେରିବେ ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)