ମୋଦୀ ସରକାରଙ୍କର ଗୁଣଗାନ କରୁଥିବାରୁ ଦୁଇ ଟିଭି ଧାରବାହିକକୁ ନୋଟିସ ପଠାଇଲେ ନିର୍ବାଚନ କମିଶନ

ମୁମ୍ବାଇ : ଜିଟିଭି ଏବଂ ଆଣ୍ଡ ଟିଭିରେ ପ୍ରସାରିତ ହେଉଥିବା ଦୁଇଟି ଧାରାବାହିକକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣା ପଡ଼ିଛି । ମୋଦୀ ସରକାରଙ୍କ ସ୍କିମ୍‌ର ପ୍ରମୋସନ କରିଥିବାରୁ ନିର୍ବାଚନ କମିସନ ଏଭଳି ନୋଟିସ୍‌ ପଠାଇଛନ୍ତି । ଦୁଇଟି ଧାରାବାହିକ ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଆଗରେ ଜଣାଇବା ପରେ କାରଣ ଜାଣିବା ପାଇଁ ନିର୍ବାଚନ କମିସନ ଦୁଇ ଧାରାବାହିକର ପ୍ରଯୋଜକଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ସୂଚନା ମୁତାବକ, ଧାରାବାହିକରେ ମୋଦୀ ସରକାରଙ୍କର ଉଜ୍ଜଳା ଯୋଜନା ଏବଂ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଶଂସା କରାଯାଇଥିଲା । ‘ଭାବିଜୀ ଘର୍‌ ପର୍‌ ହୈ’ ଏବଂ ‘ତୁଝ୍‌ସେ ହୈ ରାବ୍‌ତା’ ଧାରାବାହିକରେ ମୋଦୀ ସରକାରଙ୍କ ସ୍କିମ୍‌ର ପ୍ରଶଂସା କରାଯାଇଥିବା ଦେଖି କଂଗ୍ରେସ ଅଭିଯୋଗ କରିବା ପରେ ଧାରାବାହିକର ପ୍ରାଯାଜକମାନଙ୍କୁ ଗୋଟେ ଦିନ ମଧ୍ୟରେ କାରଣ ଜଣାଇବା ପାଇଁ ନୋଟିସ୍‌ ଜାରି କରାଯାଇଛି । ଏହା ସହ ଦୁଇ ଧାରବାହିକର ପ୍ରଯୋଜକଙ୍କ ପ୍ରତିକ୍ରିୟା ଆସିବା ପରେ ହିଁ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

ସମ୍ବନ୍ଧିତ ଖବର