ମୁମ୍ବାଇ: ଲୋକପ୍ରିୟ ଧାରାବାହିକ 'ଭାବଜୀ ଘର ପର୍ ହେଁ'  ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ। ପୂର୍ବତନ ସ୍ୱାମୀଙ୍କୁ ହରାଇଲେ ଖ୍ୟାତନାମା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ। ଅଭିନେତ୍ରୀଙ୍କ ପୂର୍ବତନ ସ୍ୱାମୀ ପୀୟୁଷ ପୁରେଙ୍କର ଶନିବାର ଦିନ ଇନ୍ଦୋରରେ ପରଲୋକ ହୋଇଥିବା ଜଣାଯାଇଛି | ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ ଲିଭର ସିରୋସିସ୍‌ରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗମ୍ଭୀର ଥିଲା ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଶନିବାର ତାଙ୍କର ଦେହାନ୍ତ ହୋଇଥିବା ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁରେ ଶୁଭାଙ୍ଗୀ ଭାଙ୍ଗିପଡ଼ିଥିବା ‌ବେଳେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।

Advertisment

ତେବେ ଝିଅର ଭବିଷ୍ୟତକୁ ଦେଖି ଶୁଭାଙ୍ଗୀ ରବିବାର ନିଜର କାମ ଆରମ୍ଭ କରିଦେଇଥିଲେ ବୋଲି ଜଣାଯାଇଛି। ତେବେ ଶୁଭାଙ୍ଗୀ ଏବଂ ପୀୟୁଷ ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ୨୦୦୫ ମସିହାରେ ସେମାନଙ୍କ ଝିଅ ଆଶୀଙ୍କୁ ଜନ୍ମ ଦେଇଥିଲେ ଅଭିନେତ୍ରୀ। ଚଳିତ ବର୍ଷ ଫେବ୍ରୁଆରି ୫ ତାରିଖରେ ସେମାନଙ୍କର ଛାଡପତ୍ର ଚୂଡ଼ାନ୍ତ ହୋଇଥିଲା। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବଞ୍ଚାଇ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ସଫଳ ହୋଇନଥିଲା। ସେମାନେ ଏକାଠି ରହିପାରିବେ ନାହିଁ ବୋଲି ଜାଣିସାରିବା ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। "