‘ଭାଡ୍ ମେ ଯାୟେ ଲୋଗ’: ‘ସେପ୍ ଅଫ୍ ୟୁ’ର ପ୍ରୋମୋରେ ବେପରୁଆ ମନ୍ତବ୍ୟ ଦେଲେ ଜ୍ୟାକଲିନ୍‌ଙ୍କ ସହ ଶିଳ୍ପା

‘ସେପ୍ ଅଫ୍ ୟୁ’ କାର୍ଯ୍ୟକ୍ରମ ପ୍ରୋମୋରେ ବେପରୁଆ ମନ୍ତବ୍ୟ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଶିଳ୍ପା ସେଟ୍ଟୀ। ଉଭୟ କହିଛନ୍ତି ଯେ ‘ଭାଡ୍ ମେ ଯାୟେ ଲୋଗ’। ଲୋକମାନେ ସେମାନଙ୍କୁ ଯେତେବେଳେ ଯେଉଁ କଥାରେ ପରିହାସ କରିଛନ୍ତି, ସେମାନେ ଏହାକୁ ହସରେ ଉଡ଼େଇ ଦେଇଛନ୍ତି। ଆଜି ପୁଣି ଏକାଠି ହେଇ ଦର୍ଶକଙ୍କ ଆଡ଼କୁ ଉଭୟ ତେରଛା ବାଣ ମାରିଛନ୍ତି। ଶିଳ୍ପାଙ୍କ ‌ଟେଲି ରିୟାଲିଟି ସୋ’ ‘ସେପ୍ ଅଫ୍ ୟୁ’ର ପ୍ରୋମୋରେ ଜ୍ୟାକଲିନ୍ ଯୋଗଦେଇ ଶିଳ୍ପାଙ୍କ ସହ ସ୍ବର ମିଶେଇ କହିଛନ୍ତି ‘ଭାଡ୍ ମେ ଯାୟେ ଲୋଗ’। ଯଦିଓ ଏପିସୋଡ୍‌ଟି ପ୍ରସାରିତ ହେବାର ଥିଲା, କିନ୍ତୁ ଅଲଗା ଅଲଗା କନ୍‌ସେପ୍ଟର ଏପିସୋଡ୍‌କୁ ନେଇ ଏହାର ଏକ ମିଳିତ ପ୍ରୋମୋ କରିବାକୁ ଯୋଜନା କରି ଏହାର ପ୍ରସାରଣକୁ ସ୍ଥଗିତ ରଖାଯାଇଛି। ଏଭଳି ମନ୍ତବ୍ୟ ସମ୍ବଳିତ ଭିଡିଓକୁ ଜ୍ୟାକଲିନ୍ ଓ ଶିଳ୍ପା ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଶିଳ୍ପା ଏହି ଫ‌ଟୋ ତଳେ ଲେଖିଛନ୍ତି ‘ୟେ କଣ୍ଟ୍ରୋଭର୍ସିଜ୍ ହୋ ନହିଁ ହୋ, ଭାଡ୍ ମେ ଯାୟେ ଲୋଗ, ହମ୍ ଅପ୍‌ନୀ ଜିନ୍ଦେଗୀ ଜିୟେଙ୍ଗେ, ଏକ୍ ହି ଜିନ୍ଦେଗୀ ହୈ’।

ଶିଳ୍ପାଙ୍କ ଏଭଳି ମନ୍ତବ୍ୟରେ ଏକମତ ହେଇ ଜ୍ୟାକଲିନ୍ ମଧ୍ୟ ଏଭଳି ମନ୍ତବ୍ୟକୁ ହସି ଉଡ଼େଇ ଦେଇଥିଲେ। ୨୦୨୧ରୁ ଉଭୟ ଶିଳ୍ପା ଓ ଜ୍ୟାକଲିନ୍‌ଙ୍କୁ ନେଇ ବିଭିନ୍ନ ବିବାଦୀୟ ଘଟଣା ଘଟିଆସୁଛି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ବିବାଦ ନେଇ ଶିଳ୍ପା ହରଡ଼ଘଣାରେ ପଡ଼ିଥିଲେ, କୁନ୍ଦ୍ରା ଜେଲ୍‌ରୁ ଜାମିନରେ ଆସିବା ପରେ ଏହା ସାମାନ୍ୟ ଥମିଛି। ଏପାଖେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଜ୍ୟାକଲିନ୍ ମଧ୍ୟ ବେଶ୍ ବିବାଦୀୟ ହେଇଛନ୍ତି। ତେବେ ଯାହାହେଉ ଜ୍ୟାକଲିନ୍ ଏବେ ‘ରାମ ସେତୁ’, ‘ଆଟାକ୍’ ଓ ‘ସର୍କସ୍’ ସିନେମାକୁ ନେଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି। ହେଲେ ଶିଳ୍ପାଙ୍କର ଆଉ ସିନେମା ଜଗତରେ ଏତେଟା ଚାହିଦା ନାହିଁ। ସେ ପ୍ରିୟଦର୍ଶନଙ୍କ ‘ହଙ୍ଗାମା-୨’ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲେ। ଶୁଣାଯାଉଛି ଏହାପରେ ଶିଳ୍ପା ‘ନିକମ୍ମା’ ଓ ’ସୁଖୀ’ରେ ପୁଣି ଭିନ୍ନ ଅବତାରରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର