ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍‌ଣର ସୂର୍ଯ୍ୟ’ରେ ଏକ ମନଛୁଆଁ ପ୍ରେମ କାହାଣୀ ରହିଛି। କାହାଣୀର ନାୟିକା ମୁଣ୍ଡପୋତା କେଳା ଘରର ଝିଅ କାନ୍ଦ୍ରି ଏବଂ ନାୟକ ଘୁଷୁରିଆ/ସବାଖିଆ କେଳାଘରର ପୁଅ ଭାଗା। ଖେଳ ଚାଲିଥିଲା ବେଳେ ଉଭୟ ପରସ୍ପରକୁ ଦେଖନ୍ତି। ସେଇଠୁ ଆରମ୍ଭ ହୁଏ ପ୍ରେମ। କିନ୍ତୁ ନାୟକ ତିନି ମାସ ଖେଳ ସାରି ଗାଁକୁ ବାହୁଡ଼ିବାକୁ ପ୍ରସ୍ତୁତ ହୁଏ। ଆଉ କାଳେ ଦେଖା ହେବ କି ନ ହେବ ସେ ନେଇ ଦୁହେଁ ଚିନ୍ତାରେ। ଏଣେ ଦୁହେଁ ଅଲଗା ଜାତିର ହୋଇଥିବା ହେତୁ ଉଭୟଙ୍କ ପ୍ରେମକୁ ସ୍ବୀକାର କରନ୍ତି ନାହିଁ ପରିବାର। କିନ୍ତୁ ପ୍ରେମର ବନ୍ଧନ ଯେ ଅତୁଟ, ଶେଷରେ ଦୁହେଁ ତାହା ଦୁନିଆକୁ ଦେଖାଇ ଦେଇଛନ୍ତି।

Advertisment

‘ଅପରାହ୍‌ଣର ସୂର୍ଯ୍ୟ’ରେ କାନ୍ଦ୍ରି ଭୂମିକାରେ ସୁସଂଧ୍ୟା ମହାନ୍ତି ଓ ଭାଗା ଭୂମିକାରେ ସୋମନାଥ ଅଭିନୟ କରିଛନ୍ତି। ଏହି ଛବିର ଅଧିକାଂଶ ଦୃଶ୍ୟ ଭୁବନେଶ୍ବର ଉପକଣ୍ଠସ୍ଥ ପିତାଗାଡ଼ିଆ ଗାଁରେ ସୁଟିଂ କରାଯାଇଛି। ପ୍ରଯୋଜକ-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ, ଭାଗା ଓ କାନ୍ଦ୍ରିଙ୍କ ପ୍ରେମ କାହାଣୀ ସିନେମାର ଏକ ଗୁରୁତ୍ବପୂର୍ଣ୍ଣ ଦିଗ। ଉଭୟ କଳାକାର ମଧ୍ୟ ବଳିଷ୍ଠ ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କୁ ଆକର୍ଷିତ କରିବ। ଏହି ଚଳଚ୍ଚିତ୍ର ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବ।