‘ତାଣ୍ଡବ’, ‘ଗୁପ୍‌ଚୁପ୍’ ଓ ‘ମାଲ୍ୟଗିରି’ ପରି ଭିନ୍ନ ଧରଣର ସିନେମା ଲାଗି ଚର୍ଚ୍ଚାରେ ଥିବା ଓଲିଉଡ୍‌ର ପ୍ରତିଭାବାନ ଯୁବ ନିର୍ଦ୍ଦେଶକ ପୃଥ୍ବୀରାଜ ପଟ୍ଟନାୟକଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାଇ’ ଶୀଘ୍ର ମୁକ୍ତିଲାଭ କରିବ। ଏନେଇ ପୃଥ୍ବୀରାଜ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ‘‘ସିନେମାର ସୁଟିଂ ସରିଛି। ଫିଲ୍ମର କିଛି ଭାଗର ସୁଟିଂ ଲଦାଖ ଓ ମନାଲି ଭଳି ଆକର୍ଷଣୀୟ ‌ଲୋକେସନ୍‌ରେ କରାଯାଇଛି।’’

Advertisment

ଏହି ସିନେମାରେ ଅମ୍ଳାନ, ସୁଜିତ, ଦିବ୍ୟା ଓ ଅନନ୍ୟା ମୁଖ୍ୟ ଭୂମିକାରେ ଥିବା ବେଳେ ଖଳନାୟକ ଚରିତ୍ରରେ ଅଛନ୍ତି ବିକାଶ। ଏହି ଆକ୍‌ସନ୍‌ ଡ୍ରାମାର କାହାଣୀ ଓ ଚିତ୍ରନାଟ୍ୟ ବି ରଚନା କରିଛନ୍ତି ପୃଥ୍ବୀରାଜ। ରବିନାରାୟଣ ଦାସ ସଂଳାପ ଲେଖିଥିବା ବେଳେ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ଗୀତ ରଚନା କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ଓ ସରୋଜ। ନୃତ୍ୟ ସଂଯୋଜନା କରିଛନ୍ତି କବୀର। ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍।