ଫେରି‌‌ଲେ ଭାଇଜାନ୍‌

ପ୍ରାୟ ସା‌ଢ଼େ ୬ ମାସର ବିରତି ପରେ ‘ରୋଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ ଚଳଚ୍ଚିତ୍ରର ସୁଟିଂରେ ଯୋଗ ଦେଇଛନ୍ତି ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌। ସୁଟିଂ ସେଟ୍‌ର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିବା ସହ ଲେଖିଛନ୍ତି, ପ୍ରାୟ ସାଢ଼େ ୬ ମାସ ପରେ ସୁଟିଂକୁ ଫେରିଲି। ବହୁତ ବଢ଼ିଆ ଅନୁଭବ ହେଉଛି। ଏହା ପୂର୍ବରୁ ଦିଶା ପଟାନି ଏହି ଚଳଚ୍ଚିତ୍ରର ସୁଟିଂରେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରଟିକୁ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବରିଷ୍ଠ ଅଭିନେତା ଜ୍ୟାକି ସ୍ରଫ୍‌ ଓ ରଣଦୀପ ହୁଦାଙ୍କୁ ବି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର