ଭାଇଜାନ୍ ସଲମାନ୍ ଖାନ୍ ପ୍ରଶଂସକଙ୍କ ପାଇଁ ଗୋଟିଏ ନୁହେଁ, ତିନିତିନୋଟି ଭଲ ଖବର। ଏବର୍ଷ ଭାଇଜାନ୍ଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ସଲମାନ୍ ସୂଚନା ଦେଇଛନ୍ତି। ସେଗୁଡ଼ିକ ହେଲା, ‘କିକ୍-୨’, ‘ଟାଇଗର୍-୩’, ‘କଭି ଇଦ୍ କଭି ଦିଵାଲି’। ମାତ୍ର ସିଙ୍ଗଲ୍ ସ୍କ୍ରିନ ହଲ୍ଗୁଡ଼ିକ ଗୋଟେ ବର୍ଷରେ ସଲମାନଙ୍କ ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ ନ କରାଇବାକୁ ଅନୁରୋଧ କରିଛନ୍ତି। କାରଣ ଅନେକ ଚଳଚ୍ଚିତ୍ର କରୋନା ପାଇଁ ବଡ଼ ପରଦାକୁ ଆସି ପାରିନଥିଲା। ବର୍ତ୍ତମାନ ଏହି କଟକଣା ହଟିବାରୁ ସମସ୍ତେ ଧୀରେଧୀରେ ଚଳଚ୍ଚିତ୍ରକୁ ରୂପେଲି ପରଦାକୁ ଆଣିବା ପାଇଁ ଗୁରୁତ୍ବ ଦେଉଛନ୍ତି। ଅପରପକ୍ଷେ ଏହି ତିନିଟି ଚଳଚ୍ଚିତ୍ର ଅପେକ୍ଷା ସଲମାନ୍ଙ୍କର ପ୍ରଶଂସକମାନେ ‘ରାଧେ’ ଚଳଚ୍ଚିତ୍ର ମୁକ୍ତିଲାଭକୁ ନେଇ ଖୁବ୍ ଉତ୍ସାହିତ ଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି।
ଏବର୍ଷ ପରଦାକୁ ଆସିବ ଭାଇଜାନ୍ଙ୍କ ୩ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2020/04/Salman-Khan_16ead2fd72c_large.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)