‘ଭାରତ’ ଏକ ଶ୍ରେଷ୍ଠ ଅନୁଭୂତି: କାଟ୍ରିନା

ମୁମ୍ବାଇ : ‘ଭାରତ’ ଚଳଚ୍ଚିତ୍ର ସୁପର୍‌ ହିଟ୍‌ ସାବ୍ୟସ୍ତ ହେବାପରେ ଅଭି‌ନେତ୍ରୀ କାଟ୍ରିନା କୈଫ୍‌ଙ୍କୁ ଏବେ ସବୁ ମହଲରୁ ବିପୁଳ ପ୍ରଶଂସା ମିଳୁଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ଅନେକ କଥା ଶିଖିବାକୁ ପାଇଛନ୍ତି ଏବଂ ଏହା ତାଙ୍କ ଜୀବନର ‌ଏକ ଶ୍ରେଷ୍ଠ ଅନୁଭୂତି ବୋଲି କାଟ୍ରିନା କହିଛନ୍ତି। ଏହି ଫିଲ୍ମରେ ସଲ୍‌ମାନ୍‌ ଖାନ୍‌ ଏବଂ ଅନ୍ୟ ସମସ୍ତଙ୍କର ଚମତ୍କାର ଅଭିନୟ ଏବଂ ବଳିଷ୍ଠ କାହାଣୀ ଏହାକୁ ଏକ ବ୍ଲକ୍‌ବଷ୍ଟରରେ ପରିଣତ କରିଛି ବୋଲି ସେ କହିଛନ୍ତି। ଏହି ଫିଲ୍ମ ପାଇଁ ତାଙ୍କୁ ଅନେକ ସ୍ବତନ୍ତ୍ର କୌଶଳ ଶିକ୍ଷା କରିବାକୁ ପଡ଼ିଥିଲା ବୋଲି ମତଦେଇ କାଟ୍ରିନା କହିଛନ୍ତି ଯେ ଅଲି ଅବ୍ବାସଙ୍କ ସୁନ୍ଦର ନିର୍ଦ୍ଦେଶନା ପାଇଁ ଏହା ସବୁ ଦିଗରୁ ସଫଳ ହୋଇପାରିଛି।

ସମ୍ବନ୍ଧିତ ଖବର