ଶେଷରେ ସବୁ ସାକ୍ଷାତକାରରେ ପ୍ରିୟଙ୍କାଙ୍କ ନାଁ କ’ଣ ପାଇଁ ନେଉଛନ୍ତି ଜଣାଇଲେ ସଲମାନ

ମୁମ୍ବାଇ : ‘ଭାରତ’ ଫିଲ୍ମ ପାଇଁ ପ୍ରଥମେ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରାଙ୍କୁ ବଛା ଯାଇଥିବା ବେଳେ ସେ ସୁଟିଂ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଫିଲ୍ମ ଛାଡ଼ି ଦେଇଥିଲେ । ଏହା ପରେ ପରେ ଫିଲ୍ମର ଅଫର କ୍ୟାଟ୍ରିନାଙ୍କୁ ଦିଆଯାଇଥିଲା । ତେବେ ପ୍ରିୟଙ୍କା ଫିଲ୍ମ ଛାଡ଼ିବା ପରଠାରୁ ପ୍ରତି ସାକ୍ଷାତକାରରେ ସଲମାନ ପ୍ରିୟଙ୍କାଙ୍କୁ ଧନ୍ୟବାଦ୍‌ ଜଣାଉଥିବା ଦେଖା ଯାଇଛି । ଯେଉଁଥିରୁ ସେ ପ୍ରିୟଙ୍କାଙ୍କ ଉପରେ ଖୁସି ନଥିବା ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏବେ ସବୁ ଚର୍ଚ୍ଚା ଭିତରେ ସଲମାନ ନିଜର ଏପରି କହିବା ପଛର କାରଣ ଜଣାଇଛନ୍ତି ।

Times of India

ତାଙ୍କ ଅନୁଯାୟୀ, ମୁଁ ପ୍ରିୟଙ୍କା ଚୋପ୍ରାଙ୍କୁ ଜମା ବି ନିନ୍ଦା କରୁ ନାହିଁ । କିଛି ଲୋକ ଏଭଳି ବଡ଼ ବଜେଟ ଫିଲ୍ମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତି । କିନ୍ତୁ ପ୍ରିୟଙ୍କା ସେଭଳି ନ କରି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି ନିଷ୍ପତ୍ତି ନେବା ପାଇଁ ବହୁତ ସାହସ ଦରକାର ହୋଇଥାଏ । ମୁଁ କେବଳ କ୍ୟାଟ୍ରିନାଙ୍କୁ ଚିଡ଼ାଇବା ପାଇଁ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଜଣାଏ । କ୍ୟାଟ୍‌ ଫିଲ୍ମ ବିଷୟରେ କିଛି କହିଲେ, ମୁଁ କହେ ଥାଙ୍କ୍‌ ୟୁ ପ୍ରିୟଙ୍କା । କ୍ୟାଟ୍‌ଙ୍କୁ ଇଶାରାରେ କହେ କି ତୁମକୁ ଏହା କହିବା ଦରକାର । ଏଥିରେ ପ୍ରିୟଙ୍କାଙ୍କୁ ନିନ୍ଦା କରିବା ଭଳି କୌଣସି କଥା ନାହିଁ । ଏହା କେବଳ କ୍ୟାଟ୍‌ଙ୍କୁ ଚିଡ଼ାଇବା ପାଇଁ  କରିଥାଏ ।

ସମ୍ବନ୍ଧିତ ଖବର