ମୁମ୍ବାଇ : ସଲମାନ୍ ଖାନଙ୍କ ଅଭିନୀତ ‘ଭାରତ’ ଚଳଚ୍ଚିତ୍ର ସୁପରହିଟ୍ ସାବ୍ୟସ୍ତ ହେବାପରେ ପୁଣି ଏହାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସଲମାନ୍। ଏହି ସିନେମା ତିନିଦିନରେ ୯୫.୫୦ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ଏହାପରେ ସଲମାନ୍ କିଛି ଗୋଟାଏ ବଡ଼ କାମ କରିବେ ବୋଲି ନିଜା ଟୁଇଟରରେ ସୂଚନା ଦେଇଛନ୍ତି। ତେବେ ସେ କ’ଣ କରିବେ ତାହା ସ୍ପଷ୍ଟ କରି ନାହାନ୍ତି।
/sambad/media/post_attachments/wp-content/uploads/2019/06/bharat.jpg)
ଅପରପକ୍ଷରେ ‘ଭାରତ’ ପାଇଁ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ଏବେ ସବୁ ମହଲରୁ ବିପୁଳ ପ୍ରଶଂସା ମିଳୁଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ଅନେକ କଥା ଶିଖିବାକୁ ପାଇଛନ୍ତି ଏବଂ ଏହା ତାଙ୍କ ଜୀବନର ଏକ ଶ୍ରେଷ୍ଠ ଅନୁଭୂତି ବୋଲି କାଟ୍ରିନା କହିଛନ୍ତି। ଏହି ଫିଲ୍ମରେ ସଲ୍ମାନ୍ ଖାନ୍ ଏବଂ ଅନ୍ୟ ସମସ୍ତଙ୍କର ଚମତ୍କାର ଅଭିନୟ ଏବଂ ବଳିଷ୍ଠ କାହାଣୀ ଏହାକୁ ଏକ ବ୍ଲକ୍ବଷ୍ଟରରେ ପରିଣତ କରିଛି ବୋଲି ସେ କହିଛନ୍ତି। ଏହି ଫିଲ୍ମ ପାଇଁ ତାଙ୍କୁ ଅନେକ ସ୍ବତନ୍ତ୍ର କୌଶଳ ଶିକ୍ଷା କରିବାକୁ ପଡ଼ିଥିଲା ବୋଲି ମତଦେଇ କାଟ୍ରିନା କହିଛନ୍ତି ଯେ ଅଲି ଅବ୍ବାସଙ୍କ ସୁନ୍ଦର ନିର୍ଦ୍ଦେଶନା ପାଇଁ ଏହା ସବୁ ଦିଗରୁ ସଫଳ ହୋଇପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Salman-Khan-easterneye.jpg)