ରିଲିଜ୍‌ ହେଲା ‘ଭାରତ’ର ଟ୍ରେଲର୍‌, ଏହି କାରଣରୁ ଦିଶିଲେ ନାହିଁ କ୍ୟାଟ୍ରିନା କୈଫ୍‌

ମୁମ୍ବାଇ: ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ପୂର୍ବରୁ ସୂଚନା ରହିଥିଲା କି ଗଣତନ୍ତ୍ର ଦିବସରେ ଟିଜର୍‌ ରିଲିଜ୍‌ ହେବ। ମାତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ୍‌ କରାଇ ସଲମାନ ତାଙ୍କ ପ୍ରଶଂସକମାନଙ୍କୁ ସେଲିବ୍ରେସନ କରିବାର ସୁଯୋଗ ଦେଇ ଦେଇଛନ୍ତି। ଟିଜର୍‌ରେ ପୂରାପୂରି ଭାବେ ସଲମାନ ହିଁ ସଲମାନ ଦେଖିବାକୁ ମିଳିଛନ୍ତି। କୌଣସି ଅନ୍ୟ କଳାକାରଙ୍କ ଝଲକ ଦେଖିବାକୁ ମିଳିନାହିଁ। ଏପରିକି ଭାରତରେ ମୁଖ୍ୟ ଭୂମିକା ନିଭାଉଥିବା କ୍ୟାଟ୍ରିନ୍‌ ବି ଟ୍ରେଲର୍‌ରେ ଦିଶିନାହାନ୍ତି। ଏବେ ଏହାର କାରଣ ସାମ୍ନାକୁ ଆସିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କ୍ୟାଟ୍‌ ଚଳଚ୍ଚିତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଚଳଚ୍ଚିତ୍ର ରିଲିଜ୍‌ ହେବା ପାଇଁ ଆହୁରି ୬ ମାସ ସମୟ ବାକି ଅଛି। ଏହାକୁ ଇଦ୍‌ରେ ରିଲିଜ୍‌ କରାଇବାର ଯୋଜନା ରହିଛି। ଏଥିପାଇଁ ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ଏବେ ପାଇଁ ସେ କ୍ୟାଟ୍‌ଙ୍କ ଲୁକ୍‌ ଓ ଅଭିନୟକୁ ଗୁପ୍ତ ରଖି ପରେ ଦର୍ଶକଙ୍କୁ ସରର୍‌ପ୍ରାଇଜ୍‌ ଦେବେ।

ସମ୍ବନ୍ଧିତ ଖବର