ଡ୍ରଗ୍ସ ମାମଲାରେ ଗିରଫ କମେଡି କ୍ବିନ୍ ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ୱାଚିଆଙ୍କଙ୍କୁ ଆଜି କୋର୍ଟରୁ ଜାମିନ୍ ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହର୍ଷଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ ବି କୋର୍ଟ ଏହାକୁ ଆଗ୍ରହ୍ୟ କରିଦେଇଥିଲେ। ସୂଚନାଯୋଗ୍ୟ, ଗତ ଶନିବାର ଏନସିବି ମୁମ୍ବାଇରେ ଭାରତୀଙ୍କ ଘରେ ଚଢ଼ଉ କରି ଗଞ୍ଜେଇ ଜବତ କରିଥିଲା। ଚରାଉଚରା ବେଳେ ଭାରତୀ ସ୍ବୀକାର କରିଥିଲେ ଯେ, ସେ ଡ୍ରଗ୍ସ ନେଇଥିଲେ। ଭାରତୀଙ୍କୁ ୬ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ହର୍ଷଙ୍କୁ ମଧ୍ୟ ଗିରଫ କରିଥିଲା ଏନ୍ସିବି। ରବିବାର ପ୍ରଥମେ ଭାରତୀ ଓ ହର୍ଷଙ୍କ ମେଡିକାଲ ଏବଂ କରୋନା ଟେଷ୍ଟ ପାଇଁ ଅଣାଯାଇଥିଲା। ସକାଳ ୧୧ଟା ୩୦ ମିନିଟରେ ଉଭୟଙ୍କୁ ଦୁଇ ଡ୍ରଗ୍ସ ବେପାରୀଙ୍କ ସହ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ଦୁଇ ବେପାରୀଙ୍କ ରିମାଣ୍ଡ ଏନସିବିକୁ ମିଳିଯାଇଛି। କୋର୍ଟ ଭାରତୀ ଓ ହର୍ଷଙ୍କୁ ଡିସେମ୍ବର ୪ ପର୍ଯ୍ୟନ୍ତ ହାଜତକୁ ପଠାଇଥିଲେ। ଭାରତୀଙ୍କୁ କଲ୍ୟାଣ ଜେଲ୍ ଓ ହର୍ଷଙ୍କୁ ତଲୋଜା ଜେଲରେ ରଖାଯାଇଥିଲା। ଏହାପରେ ଉଭୟେ କିଲା କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଆଜି ମାମଲାର ଶୁଣାଣି ବେଳେ କୋର୍ଟ ସେମାନଙ୍କୁ ଜାମିନ୍ ଦେଇଛନ୍ତି।
ଭାରତୀ ଓ ହର୍ଷଙ୍କୁ ଜାମିନ
/sambad/media/post_attachments/wp-content/uploads/2020/11/bharati.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)