ଚର୍ଚ୍ଚାରେ ଟେଲିଭିଜନର କମେଡି କୁଇନ୍ ଭାରତୀ। ନୂଆ ଲୁକ୍ରେ ସେ ନଜର ଆସିଛନ୍ତି। ନିଜ ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ଫିଟ୍ ବନି ଯାଇଛନ୍ତି। ୧୫ କିଲୋ ଓଜନ କମାଇ ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ନିକଟରେ କପିଲ ଶର୍ମା ସୋ’ରେ ଭାରତୀ ସିଂହ ନିଜ ଓଜନ କମାଇଥିବା କଥା ସ୍ୱୀକାର କରିଛନ୍ତି। ସେ ପ୍ରଥମେ ୯୧ କିଲୋ ଥିଲେ। ଏବେ କିନ୍ତୁ ତାଙ୍କ ଓଜନ କମି ୭୬ କିଲୋ ହୋଇଯାଇଛି। ତେବେ ତାଙ୍କର ଏହି ଓଜନ କମାଇବା ରାଜ୍ ହେଉଛି ତାଙ୍କ ଡାଏଟିଂ। ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ଓଜନ କମାଇଥିବା କଥା କହିଛନ୍ତି।
ଭାରତୀ ଖାଇବାକୁ ବେଶ୍ ଭଲପାଆନ୍ତି। ହେଲେ ସେ ଏବେ ବେଳେବେଳେ ରାତି ୭ଟାରୁ ତା’ପରଦିନ ୧୨ଟା ଯାଏ କିଛି ଖାଦ୍ୟ ଗ୍ରହଣ କରୁନାହାନ୍ତି। ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି। ଏବେ ସେ ଫିଟ୍ ଏବଂ ସୁସ୍ଥ ଅନୁଭବ କରୁଛନ୍ତି।
ପୂର୍ବରୁ ଭାରତୀଙ୍କ ଆସ୍ଥମା ଏବଂ ଡାଏବେଟିସ ସମସ୍ୟା ଥିଲା। ହେଲେ ଏବେ ସେ ସବୁ କିଛି ନିୟନ୍ତ୍ରଣରେ ରହିଛି। ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି। ନିଜକୁ ପତଳା ଦେଖି ବହୁତ ଖୁସି ଲାଗୁଛି। ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି ଭାରତୀ କହିଛନ୍ତି।
ସେପଟେ ସ୍ୱାମୀ ହର୍ଷ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୂଆ ଲୁକ୍ ଦେଖି ଖୁସି ଅଛନ୍ତି। ସେ ଭାରତୀଙ୍କ ମୋଟା ଗାଲକୁ ମିସ୍ କରୁଥିବା କହିଛନ୍ତି। ଭାରତୀ ନିଜ ଡାଏଟିଂ ପାଇଁ ବେଳେ ବେଳେ ତାଙ୍କ ସହ ଡିନର ଡେଟ୍ରେ ଯିବା ପାଇଁ ମଧ୍ୟ ମନା କରି ଦେଉଥିବା ହର୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/bharati-f.jpg)