ରାଜୁଙ୍କ ପରିବାର ଲୋକଙ୍କୁ ‌ଭେଟି ଭାବପ୍ରବଣ ହୋଇପଡ଼ିଲେ ଭାରତୀ, ସମ୍ଭାଳିଲେ କପିଲ ଶର୍ମା

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କର ପରଲୋକ ହେବା ପରେ ପୂରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ରାଜୁ ଆଉ ଆମମାନଙ୍କୁ ହସାଇବେ ନାହିଁ ବୋଲି ଭାବିବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ମୁସ୍‌କିଲ୍‌ କାମ। ଗତ ୨୦ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜୁ। ତାଙ୍କୁ ଦିଲ୍ଲୀରେ ଶେଷ ବିଦାୟ ଦିଆଯାଇଛି। ରବିବାର ରାଜୁଙ୍କ ପରିବାର ଲୋକ କମେଡିଆନଙ୍କ ପାଇଁ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ‌ସେଠାରେ ଟିଭି ଓ ମନୋରଞ୍ଜନ ଦୁନିଆର ଅନେକ କଳାକାର ପହଞ୍ଚିଥିଲେ।

 

 

View this post on Instagram

 

A post shared by Voompla (@voompla)

କଳାକାରମାନଙ୍କ ମଧ୍ୟରେ କମେଡିଆନ୍‌ ଭାରତୀ ସିଂହ ବି ପହଞ୍ଚିଥିଲେ। ଭାରତୀ ସିଂହ ରାଜୁ ଶ୍ରୀବାସ୍ତବଙ୍କ ପରିବାର ଲୋକଙ୍କୁ ଦେଖି ଖୁବ୍‌ ଭାବପ୍ରବଣ ହୋଇ ପଡୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ସେ ରାଜୁଙ୍କ ସ୍ତ୍ରୀ ଓ ପିଲାଙ୍କୁ ଭେଟିବା ପରେ କାନ୍ଦି ପକାଇଥିବା ସୂଚନା ରହିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତୀ କାନ୍ଦି କାନ୍ଦି ବାହାରକୁ ବାହାରୁଥିବା ବେ‌ଳେ ତାଙ୍କ ସ୍ବାମୀ ମଧ୍ୟ ତ‌ାଙ୍କ ସହ ଅଛନ୍ତି।

ଭିଡିଓରେ ଭାରତୀ କାନ୍ଦି ପକାଉଥିବା ବେଳେ ତାଙ୍କୁ କମେଡିଆନ୍‌ କପିଲ୍‌ ଶର୍ମା ସମ୍ଭାଳୁଥିବାର ଦେଖିବାକୁ ମିଳିଛି। କପିଲ ଓ ଭାରତୀ ଦୁଇ ଜଣ ଯାକ ରାଜୁଙ୍କ ସହ କାମ କରିଛନ୍ତି। ରାଜୁଙ୍କ ନିଧନ ଉଭୟଙ୍କୁ ଯଥେଷ୍ଟ ଭାବପ୍ରବଣ କରି ପକାଇଛି। ରାଜୁ ଅନେକ ଥର କପିଲ ଶର୍ମାଙ୍କ ସୋ’ରେ ଗେଷ୍ଟ୍‌ ଆପିୟରାନ୍ସ ଭ‌ାବେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର