ନୂଆଦିଲ୍ଲୀ: ୟୁପିର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଅନେକ ବଲିଉଡ ସେଲିବ୍ରିଟି ଆସୁଛନ୍ତି। ଏପର୍ଯ୍ୟନ୍ତ, ଈଷା ଗୁପ୍ତା, ହେମା ମାଳିନୀ, ମିଲିନ୍ଦ ସୋମନ, କ୍ରିସ୍ ମାର୍ଟିନ, ସୋନୁ ସୁଦ, ରାଜକୁମାର ରାଓ, ଅନୁପମ ଖେରଙ୍କ ସମେତ ଅନେକ ଷ୍ଟାର ମହାକୁମ୍ଭରେ ପବିତ୍ର ସ୍ନାନ କରିସାରିଛନ୍ତି। ହେ‌ଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମହାକୁମ୍ଭରେ ବୁଡ଼ ପକାଇବାର ଯୋଜନାକୁ ବାତିଲ କରିଥିବା ଜଣାପଡ଼ିଛି। ସେ ଏହାର କାରଣ ମଧ୍ୟ ପ୍ରକାଶ କରିଛନ୍ତି।

Advertisment

କିଛି ଦିନ ତଳେ ମହାକୁମ୍ଭରେ ଦଳାଚକଟା ହୋଇଥିଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ, ଭାରତୀ ଏହି ପବିତ୍ର ସ୍ଥାନକୁ ଯିବାକୁ ଭୟ କରୁଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ଭାରତୀ ସିଂହ ଖୁବ୍ ଶୀଘ୍ର ମହାକୁମ୍ଭ ଯିବେ କି, ସେ ତୁରନ୍ତ ଉତ୍ତର ଦେଇଥିଲେ, "ଅଚେତ ହୋଇ ମରିବା ପାଇଁ, ନା ହଜି ଯିବା ପାଇଁ? ମୁଁ ପ୍ରତିଦିନ ସେଠାରେ ଘଟୁଥିବା ଅଘଟଣ ଖବର ଶୁଣି ଯିବାକୁ ଇଚ୍ଛା କରୁନହିଁ। ମୁଁ ମୋ ପୁଅ ସହିତ ସେଠାକୁ ଯିବା କଥା ଚିନ୍ତା ମଧ୍ୟ କରିପାରିବି ନାହିଁ।"