ମଞ୍ଜରୀ ଟିଭିର ‘ଭାଉଜ ନମସ୍କାର’: ଲକଡାଉନ୍ ପରେ ଚଳଚଞ୍ଚଳ ଭାଉଜଙ୍କ ଘର

ଭୁବନେଶ୍ବର: ଲକଡାଉନ୍‌ର କଟକଣା ଆମ ସାମାଜିକ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଛି। ମହାମାରୀର ଡରରେ ପାରିବାରିକ ମିଳାମିଶା ପ୍ରାୟତଃ ବନ୍ଦ ହୋଇଯାଇଥିଲା କହିଲେ ଚଳେ। ଏବେ କିନ୍ତୁ ସଂକ୍ରମଣ ହାର କମିବା ପରେ ଗାର୍ଗୀ ଭାଉଜଙ୍କ ଘର ପୁଣି ଚଳଚଞ୍ଚଳ ହୋଇଉଠିଛି। ଗୃହିଣୀମାନେ ତାଙ୍କ ବ୍ୟସ୍ତବହୁଳ ଜୀବନ ଭିତରୁ କିଛି ସମୟ ବାହାର କରି ପୁଣି ଖଟି ଜମେଇବା ଆରମ୍ଭ କରିଦେଇଛନ୍ତି।

ଆଉ ଏଇ ସବୁ ମଜାଦାର ଖେଳ ଓ ଭରପୂର ମନୋରଞ୍ଜନର ଝଲକ୍ ଆପଣ ଦେଖିବାକୁ ପାଇବେ ମଞ୍ଜରୀ ଟିଭିର ‘ଭାଉଜ ନମସ୍କାର’ର ଲକଡାଉନ୍ ପରବର୍ତ୍ତୀ ଆଧ୍ୟାୟଗୁଡ଼ିକରେ। ଚଳିତ ମାସ ୩୧ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଗାର୍ଗୀ ଭାଉଜଙ୍କ ସହ ଏଥିରେ ପ୍ରଭୁ ଓ ବେଙ୍ଗାଲୁରରୁ ଆସିଥିବା ନଣନ୍ଦ ମୁଦ୍ରାଙ୍କୁ ଦେଖିବାକୁ ମିଳିବ। ଆପଣ ଚାହିଁଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜା-ମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ। ୮୦୯୩୦୨୬୬୯୭ ନମ୍ବରରେ ହ୍ୱାଟସ୍ଆପ୍ କରି ଆପଣ ଏହି ରିୟଲିଟି ଗେମ୍ ସୋ’ରେ ଭାଗ ନେଇ ଅନେକ ଆକର୍ଷଣୀୟ ପୁରସ୍କାର ଜିତି ପାରିବେ। ନାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଓ ଅବିବାହିତ ନାରୀ ଭାଗ ନେଇ ପାରିବେ।

ସମ୍ବନ୍ଧିତ ଖବର