ନୂଆଦିଲ୍ଲୀ: ପତ୍ନୀଙ୍କ ପାଇଁ ବଢ଼ୁଛି ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସସମ୍ୟା। ପତ୍ନୀଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ପରଠାରୁ ପବନ ସିଂହ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଆସିଛନ୍ତି। ପବନଙ୍କୁ ତାଙ୍କ ପତ୍ନୀ ଜ୍ୟୋତି ସିଂହ ଅନେକ ସମୟରେ ସୋସିଆଲ ମିଡିଆରେ ଟାର୍ଗେଟ କରୁଥିବା ଦେଖାଯାଇଛି। କିଛି ଦିନ ତଳେ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପବନ ସିଂହଙ୍କ ସହ ଜଡ଼ିତ ଅନେକ ଗୁପ୍ତ କଥା କହିବି ବୋଲି କହିଥିଲେ। ତେବେ ପାଇଁ ପବନ ସିଂହଙ୍କ ପେସାଦାର ଜୀବନ ଉପରେ ତାଙ୍କ ବ୍ୟକ୍ତିଗତ ବିବାଦ ଗମ୍ଭୀର ପ୍ରଭାବ ପକାଉଥିବା ଦେଖାଯାଇଛି। ତାଙ୍କ ହାତରୁ ବଡ଼ ବଡ଼ ଫିଲ୍ମ ଚାଲିଯାଉଥିବା ଜଣାପଡ଼ିଛି।
ଖବର ଅନୁଯାୟୀ, ପବନ ସିଂଙ୍କୁ ଅଭୟ ସିହ୍ନାଙ୍କ ଫିଲ୍ମରୁ ହଟାଇ ଦିଆଯାଇଛି। କେବଳ ଏତିକି ନୁହେଁ ପବନ ସିଂଙ୍କ ବଦଳରେ ଖେସରୀ ଲାଲ ଯାଦବଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ଦିଆଯାଇଛି। ପବନ ସିଂଙ୍କ ଦ୍ୱିତୀୟ ପତ୍ନୀ ଜ୍ୟୋତି ସିଂ ଅଭିନେତା ଏବଂ ତାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପବନ ସିଂହ ମାରପିଟ କରିବା ସହ ଗର୍ଭପାତ କରାଇଥିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋତି। ଏଭଳି ଅଭିଯୋଗ ଆସିବା ପରେ ଫିଲ୍ମ ଉପରେ ପ୍ରଭାବ ପଡ଼ିବ ବୋଲି ଭାବି ପବନଙ୍କୁ ବିଭିନ୍ନ ଫିଲ୍ମରୁ ହଟାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-81.jpg)