ହୋଟେଲରେ ଜୀବନ ହାରି ଦେଇଥିବା ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ରବିବାର ଫାଶୀ ଲଗାଇ ଜୀବନ ହାରି ଦେଇଥିଲେ।  ଏହି ଘଟଣାକୁୁ ନେଇ ଆକାଂକ୍ଷାଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି କହିଥିଲେ।

ଆଜି ଆକାଂକ୍ଷାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି। ଏହି ରିପୋର୍ଟକୁ ନେଇ ପୁଲିସ କହିଛି, ‘ଆକାଂକ୍ଷାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାର କୌଣସି ସଙ୍କେତ ମିଳି ନାହିଁ, ସେ ଫାଶୀ ଲଗାଇ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। କାରଣ ତାଙ୍କ ଶରୀରରେ ଆଘାତର କୌଣସି ଚିହ୍ନ ନାହିଁ।

ପୁଲିସ କହିଛି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ‘ଆକାଂକ୍ଷା ଓ ଭୋଜପୁରୀ ସିଙ୍ଗର ସମର ସିଂ ଲିଭ ଇନ ରିଲେସନସିପରେ ଥିଲେ। ପୁଲିସକୁ ସନ୍ଦେହ ହୋଇଛି କି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିବ। ଏହି କ‌ାରଣରୁ ଆକାଂକ୍ଷା ଚିନ୍ତାରେ ପଡ଼ିଯାଇ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି। ଘଟଣା ଘଟିବା ରାତିରେ ଆକାଂକ୍ଷା  ସମରଙ୍କ ସହିତ ଏକ ଭୋଜିକୁ ଯାଇଥିଲେ। ତେବେ ସମରଙ୍କ କୌଣସ ଚାପ ପାଇଁ ଆକାଂକ୍ଷା ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି କ‌ାରଣରୁ ପୁଲିସ ସମର ସିଂଙ୍କୁ ଗିରଫ କରିବାକୁ ବାହାରିଛି।’

ଏପଟେ ଆକାଂକ୍ଷାଙ୍କ ମା’ ମଧୁ ଦୁବେ ଭୋଜପୁରୀ ଗାୟକ ତଥା ଅଭିନେତ୍ରୀଙ୍କ ପ୍ରେମିକ ସମର ସିଂ ଏବଂ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ଉପରେ ହତ୍ୟା ଆରୋପ ଲଗାଇଥିଲେ।

ମୃତ ଆକାଂକ୍ଷା ଦୁବେଙ୍କ ମା’ ମଧୁ ଦୁବେଙ୍କ କହିବାନୁସାରେ, ‘ସମର ସିଂ ଏବଂ ସଞ୍ଜୟ ସିଂ, ଆକାଂକ୍ଷାଙ୍କ ଦ୍ବାରା  କୋଟି କୋଟି ଟଙ୍କାର କାମ କରାଇବା ପରେ ଟଙ୍କା ଦେଉ ନଥିଲେ। ତିନି ବର୍ଷ ବିତିଥିଲେ ବି ଆକାଂକ୍ଷାଙ୍କୁ ଦୁଇ ଭାଇ ଟଙ୍କା ଦେଇ ନଥିଲେ। ଟଙ୍କା ମାଗିବା ପରେ ମାର୍ଚ୍ଚ ୨୧ରେ ସଞ୍ଜୟ ସିଂ ଆକାଂକ୍ଷାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ଯାହା ବିଷୟରେ ଆକାଂକ୍ଷା ନିଜେ ମୋତେ ଫୋନ କରି ଜଣାଇଥିଲେ।’

ସମ୍ବନ୍ଧିତ ଖବର