ମୃତ୍ୟୁ ପରେ ଭାଇରାଲ ହେଲା ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀଙ୍କ ଶେଷ ଭିଡିଓ

ମୁମ୍ବାଇ: ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣସୀର ଏକ ହୋଟେଲରେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଖବର ରବିବାର ଅପରାହ୍ନରେ ସାମ୍ନାକୁ ଆସିଛି। ମୃତ୍ୟୁ ପରେ ଆକାଂକ୍ଷା ଦୁବେଙ୍କ ‌ଶେଷ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମାର୍ଚ୍ଚ ୨୬ ସକାଳେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହିତ ଆକାଂକ୍ଷାଙ୍କ ନୂତନ ଗୀତ ରିଲିଜ ହୋଇଥିଲା ବେଳେ ସେ ଅପରାହ୍ନରେ ଜୀବନ ହାରିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଆକାଂକ୍ଷଙ୍କ ଶେଷ ଭିଡିଓର ଶୀର୍ଷକ ରହିଛି ‘ଆରା କଭି ହାରା ନୈହିଁ’ ।

ତେବେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଆକାଂକ୍ଷାଙ୍କୁ କିଛିସମୟ ପୂର୍ବରୁ ୟୁଟ୍ୟୁବରେ ଖୁସିରେ ନାଚୁଥିବା ଦେଖୁଥିବା ବେଳେ ହଠାତ ତାଙ୍କ ମୃତ୍ୟୁ ଖବରକୁ କେହି ବିଶ୍ବାସ କରି ପାରୁ ନାହାନ୍ତି।

ଏଥିସହିତ ଆକାଂକ୍ଷାଙ୍କ ଶେଷ ଇନଷ୍ଟାଗ୍ରାମ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅଭିନେତ୍ରୀ ‘ହିଲୋର ମାରେ’ ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଭିନେତ୍ରୀ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ିନାହିଁ। ତେବେ ଆକାଂକ୍ଷାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି। ଆଜି ଆକାଂକ୍ଷାଙ୍କ ଗୀତ ରିଲିଜ ‌ହୋଇଥିବା ବେଳେ ଅଭିନେତ୍ରୀ ଖୁସି ହେବା ବଦଳରେ ଏମିତି  ଜୀବନ ହାରିବାର କାରଣ କ’ଣ ହୋଇପାରେ ବୋଲି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

ସମ୍ବନ୍ଧିତ ଖବର