ସେକ୍ସ ର‍୍ୟାକେଟରେ ଫସିଥିବା ପବନ ସିଂହଙ୍କ ସହ ଏହି ଅଭିନେତ୍ରୀଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌, ଜାମିନ ମିଳିବା ପରେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଅଭିନେତା ପବନ ସିଂହ ଓ ଅଭିନେତ୍ରୀ ଦିୟା ସିଂହଙ୍କୁ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ ମାମଲାରେ ହାଇକୋର୍ଟରୁ  କ୍ଲିନ୍‌ ଚିଟ୍‌ ମିଳିଛି । ଚଳିତ ବର୍ଷ ହାଇଦ୍ରାବାଦ୍‌ ପୁଲିସ ତେଲେଙ୍ଗାନାର ଏକ ପାଞ୍ଚତାରକା ହୋଟେଲରେ ଛାପା ମାରି ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାଶ୍‌ କରିଥିବା ଦାବି କରିଥିଲା । ଏହି ସେକ୍ସ ର‍୍ୟାକେଟରେ ହୋଟେଲରୁ ଅଭିନେତ୍ରୀ ଦିୟାଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ । ଏହି ର‍୍ୟାକେଟରେ ତାଙ୍କ ହାତ ଥିବା ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ତାଙ୍କୁ ହାଇକୋର୍ଟ ତରଫରୁ ଜାମିନ ମିଳିଛି । ଜାମିନ ମିଳିବା ପରେ ପ୍ରଥମ ଥର ପାଇଁ ଦିୟା ମୁହଁ ଖୋଲିଛନ୍ତି । କିଭଳି ଭାବରେ ତାଙ୍କୁ ଏହି ର‍୍ୟାକେଟରେ ଫସାଇ ଦିଆ ଯାଇଥିଲା ସେ ବିଷୟରେ ସେ ଜଣାଇଛନ୍ତି ।

Patrika

ତାଙ୍କ କହିବା ଅନୁଯାୟୀ,”ଜର୍ନାଦନ ରାଓ ଏବଂ ଜନ୍ନ ନାମକ ଦୁଇ ଜଣ ବ୍ୟକ୍ତି ସାଉଥ୍‌ ଫିଲ୍ମ ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ । ଫିଲ୍ମ ଦେବା ବାହାନାରେ ତାଙ୍କୁ ହାଇଦ୍ରାବାଦ୍‌ ଡ଼କାଯିବା ସହ ହୋଟେଲ ରୁମ୍‌କୁ ଫିଲ୍ମର ପ୍ରଯୋଜକ-ନିର୍ଦ୍ଦେଶକ ମଧ୍ୟ ଆସିଥିଲେ । ଏହି ସମୟରେ ହଠାତ୍‌ ପୁଲିସ ସେହି ହୋଟେଲରେ ଛାପା ମାରିବା ସହ ଦିୟାଙ୍କୁ ର‍୍ୟାକେଟର ସଦସ୍ୟା  ଭାବି ଗିରଫ କରିଥିଲା । ସେ ସମୟରେ ତାଙ୍କ କିଛି ନକଲି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ସେ ନକଲି କହିବା ସହ ମୋତେ ଫସାଇଥିବା ଲୋକମାନେ ଅନ୍ୟ ଝିଅମାନଙ୍କ ସହ ମଧ୍ୟ ଏପରି କରିଛନ୍ତି।”

ସମ୍ବନ୍ଧିତ ଖବର