ଭୋଜପୁରୀ ଅଭିନେତ୍ରୀଙ୍କୁ ୧୦୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ରେ ତଲାକନାମା ପଠାଇଲେ ସ୍ୱାମୀ

ଇନ୍ଦୋର: ଜଣେ ଭୋଜପୁରୀ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ନାମରେ ସୋମବାର ଅଭିଯୋଗ ଆଣି କହିଛନ୍ତି ଯେ ୧୦୦ ଟଙ୍କିଆ ଏକ ଷ୍ଟାମ୍ପ୍‌ ପେପରରେ ତାଙ୍କ ସ୍ୱାମୀ ତାଙ୍କୁ ତଲାକନାମା ଦେଇଛନ୍ତି। ଅଭିନେତ୍ରୀ ଏଲିନା ଶୈଖ୍‌ ୨୦୧୬ ମସିହାରେ ଅବଦୁଲା ଆକ୍କା ମଦାସିର ବେଗ୍‌ଙ୍କୁ ବିବାହ କରିଥିଲେ। ସେ ପୁଲିସ୍‌ରେ ଲେଖାଇଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ପଠାଇଥିବା ତଲାକନାମାକୁ ସେ ଗ୍ରହଣ କରିବେ ନାହିଁ।

ଗଣମାଧ୍ୟମରେ ମତ ଦେଇ ଅଭିନେତ୍ରୀ ଏଲିନା କହିଛନ୍ତି, ‘ଦିନେ ତାଙ୍କ ସ୍ୱାମୀ ରାତି ୮ଟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହି ବାହାରକୁ ବାହାରିଥିଲେ। ମାତ୍ର ସେ ଫେରିଲେ ନାହିଁ। ମୋତେ ଲାଗିଲା ତାଙ୍କ ସହ କିଛି ଅଘଟଣ ଘଟିଛି। ତେଣୁ ମୁଁ ପୁଲିସ୍‌ରେ ଏକ ନିଖୋଜ ଅଭିଯୋଗ ଲେଖାଇଥିଲି। ପରେ ମୁଁ ଜାଣିବାକୁ ପାଇଲି ସେ ସୁରକ୍ଷିତ ଅଛନ୍ତି। ଦଶ ଦିନ ପରେ ଜୁଲାଇ ୧୭ ତାରିଖରେ ସେ ମୋତେ ତଲାକନାମା ପଠାଇଥିଲେ।’

Yahoo News

ଅଭିନେତ୍ରୀ ଜଣକ ଏହାକୁ ନେଇ ମହିଳା ଥାନା ଓ ଚନ୍ଦନନଗର ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇଥିଲେ। ଦୁଇ ମାସ ତଳେ ଅଭିନେତ୍ରୀ ଜନ୍ମ ଦେଇଥିବା ଏକ ଶିଶୁକୁ ତାଙ୍କ ଶାଶୂଘର ଲୋକ ଭଲ ଦୃଷ୍ଟି ନ ଦେଖି ଅବହେଳା କରୁଛନ୍ତି ବୋଲି ମଧ୍ୟ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି।

ଅଭିନେତ୍ରୀଙ୍କ ଦିଅର ତାଙ୍କୁ ଗର୍ଭବତୀ ଅବସ୍ଥାରେ ମାରଧର ବି କରିଥିଲେ। ମାତ୍ର ତାଙ୍କ ସ୍ୱାମୀ ମନା କରିଥିବା ହେତୁ ସେ ପୁଲିସ୍‌ରେ ସେ ସମୟରେ ଅଭିଯୋଗ ଲେଖାଇନଥିଲେ ବୋଲି ଗଣମାଧ୍ୟମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର