ମୁମ୍ବାଇ: ଭୋଜପୁରୀ ସିନେମାର କୁଇନ୍ ବୋଲି କୁହାଯାଉଥିବା ରାନୀ ଚାଟର୍ଜୀ ଯେତେ ନିଜର କାମକୁ ନେଇ ଚର୍ଚ୍ଚାରେ ରହନ୍ତି ତା’ ଠାରୁ ଅଧିକ ଚର୍ଚ୍ଚା ସେ ନିଜର ପ୍ରେମ ବ୍ୟାପାରକୁ ନେଇ ରହିଥାନ୍ତି। ସେ ଏତେ ସୁନ୍ଦର ଅଭିନେତ୍ରୀ ଯେ ତାଙ୍କ ଉପରେ କାହାର ବି ମନ ଆସିପାରେ। ଯଦିଓ ସେ ନିଜର ପ୍ରେମ ସଂପର୍କକୁ ନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହାନ୍ତି ମାତ୍ର ତାଙ୍କ ନାମ ସହ ଅନେକ ଯୁବକଙ୍କ ନାମ ଯୋଡ଼ି ହୋଇଛି। ଏହି କଥାକୁ ନେଇ ନିଜେ ରାନୀ ହିଁ ଚକିତ। ଏହି କଥାକୁ ସେ ଏକ ଭିଡିଓ ଜରିଆରେ ବ୍ୟାଖ୍ୟା କରିଛନ୍ତି।
View this post on Instagram
ସେଲିବ୍ରେଟିମାନଙ୍କ ପ୍ରେମ ବ୍ୟାପାରକୁ ନେଇ ଖବର ବନିବା ଏକ ସାଧାରଣ କଥା। ମାତ୍ର କେବେ କେବେ ଆବଶ୍ୟକତାଠାରୁ ଅଧିକ ଗୁଜବ ବି ଶୁଣିବାକୁ ମିଳିଥାଏ। ଏପରି ହିଁ କିଛି ରାନୀ ଚାଟର୍ଜୀଙ୍କ ସହ ହୋଇଛି। ସେ ଏକ ଭିଡିଓ ପୋଷ୍ଟ୍ କରି ନିଜର ପ୍ରେମ ବ୍ୟାପାର ଉପରେ ଗୁଗୁଲ୍ରେ ଦୃଶ୍ୟମାନ ହୋଇଥିବା ଖବର ଉପରେ ଆପତ୍ତି ଦେଖାଇଛନ୍ତି। ଗୁଗୁଲ୍ରେ ତାଙ୍କର ୪ ଜଣ ପ୍ରେମିକ ଥିବା କଥା ଉଲ୍ଲେଖ ଥିବା ବେଳେ ସେ ଏକ ମଜାକିଆ ଅନ୍ଦାଜର ଭିଡିଓ ପୋଷ୍ଟ୍ କରି ଏହାକୁ ଗୁଜବ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ପୋଷ୍ଟ୍ କରିଥିବା ଭିିଡିଓରେ ନକଲି ଖବର ରୋକିବାକୁ ବି ଲେଖିଛନ୍ତି।