ମୁମ୍ବାଇ: 'ଭୁଲ ଭୁଲୈୟା-୩' ଏହି ଦୀପାବଳିରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଷ୍ଟାର କାଷ୍ଟ ଏବେ ଏହାର ପ୍ରଚାରରେ ବ୍ୟସ୍ତ ଅଛନ୍ତି | ଫିଲ୍ମର ଟ୍ରେଲର ଓ ଏହାର ଟାଇଟଲ୍ ଟ୍ରାକ୍ ରିଲିଜ୍ ହେବା ପରଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଏହା ସହ ନିର୍ମାତାମାନେ ମଧ୍ୟ ଫିଲ୍ମର ପ୍ରଚାର କରିବାରେ କୌଣସି ଅଭାବ ରଖୁନାହାନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରଟି ୧୫୦କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଇଛି। ଫିଲ୍ମରେ କାର୍ତ୍ତିକ ଆରୟନ୍, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମ୍ରି ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ କଳାକାରମାନେ କେତେ ପାରିଶ୍ରମିକ ନେଇଛନ୍ତି। ସବୁଠୁ ବଡ଼ କଥା ହେଲା କାର୍ତ୍ତିକ ଫିଲ୍ମ ପାଇଁ ସମସ୍ତଙ୍କଠାରୁ ଅଧିକ ପାରିଶ୍ରମିକ ନେଇଛନ୍ତି।
ଜାତୀୟ ଗଣମାଧ୍ୟମ ଜାଗରଣର ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଆରୟନ ଫିଲ୍ମରେ ଅଭିନୟ କରିବାକୁ ପ୍ରାୟ ୪୮-୫୦ କୋଟି ଟଙ୍କା ନେଇଛନ୍ତି। ଏହି ପାରିଶ୍ରମିକ ଭୁଲ ଭୁଲୈୟା-୨ଠାରୁ ୩ଗୁଣ ଅଧିକ । ଅଭିନେତ୍ରୀ ବିଦ୍ୟା ବାଲାନ ପୁଣି ଥରେ ମଞ୍ଜୁଲିକା ଭାବେ ତୃତୀୟ ଭାଗରେ ଫେରିଛନ୍ତି। ତାଙ୍କ ଭୂମିକା ପାଇଁ ବିଦ୍ୟାଙ୍କୁ ୮-୧୦ କୋଟି ଟଙ୍କା ପାରିଶ୍ରମିକ ମିଳିଛି। ଏହା ସହ ମାଧୁରୀ ମଧ୍ୟ ଫିଲ୍ମରେ ମଞ୍ଜୁଲିକା ହୋଇଛନ୍ତି । ଏହି ଚରିତ୍ର ପାଇଁ ସେ ୮କୋଟି ଟଙ୍କା ନେଇଥିବା ଜଣାଯାଇଛି। ଯଦି ଆମେ ତୃପ୍ତିଙ୍କ ପାରିଶ୍ରମିକ କଥା ଦେଖିବା ତେବେ ସେ ଫିଲ୍ମ ପାଇଁ ମାତ୍ର ୮୦ଲକ୍ଷ ନେଇଥିବା ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/18/lk2uQr1eGxcZbp4QWgwa.jpg)