ମୁମ୍ବାଇ: ବର୍ତ୍ତମାନ ହରର କମେଡିକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ସ୍ତ୍ରୀ-୨କୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଏବେ ଆଉ ଏକ ହରର କମେଡିର ଟିଜର ରିଲିଜ୍ ହୋଇଛି। ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ 'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇଛନ୍ତି। ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ରିଲିଜ୍ କରି ଦର୍ଶକଙ୍କ ଉତ୍ସାହ ବଢ଼ାଇଛନ୍ତି କାର୍ତ୍ତିକ।
ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ବାଲାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ଦ୍ବିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ବିଦ୍ୟା ବାଲାନଙ୍କୁ କାଷ୍ଟ କରିଛନ୍ତି ନିର୍ମାତା। ଟିଜରରେ ଅଭିନେତ୍ରୀଙ୍କ ଲୁକ୍ ଓ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମ ରିଲିଜ୍କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଛି। ଫିଲ୍ମ ଦୀପାବଳିରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଟିଜରଟି ଭାଇରାଲ ହେବାରେ ଲାଗିଛି।
ଦ୍ବିତୀୟ ଭାଗରେ କାର୍ତ୍ତିକ ଆରୟନଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ରୋମାନ୍ସ କରିଥିବା ବେଳେ ତୃତୀୟ ଭାଗରେ ନଜର ଆସିବେ ତୃପ୍ତି ଡିମ୍ରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/K1GBwoDNMuprmDMRJq3K.jpg)