ଗୋଟିଏ ସିନେମାରେ ଏହି ଲୋକପ୍ରିୟ ଅଭିନେତାଙ୍କ ସହ ନଜର ଆସିଛନ୍ତି ଭୂମିକା

ଭୁବନେଶ୍ବର: ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଭୂମିକା ଏବେ ଓଲିଉଡର ଜଣେ ଲୋକପ୍ରିୟ ନାୟିକା ନାୟିକା ଭାବେ ନିଜର ସ୍ଥାନ ସୃଦୁଢ଼ କରି ସାରିଛନ୍ତି। ପ୍ରଥମ ଥର ପାଇଁ ଫିଲ୍ମ ‘ତୁ ମୋ ଲଭ୍ ଷ୍ଟୋରି’ରେ ପ୍ରଥମେ ନାୟିକା ଭାବରେ ନଜର ଆସିଥିବା ଭୂମିକାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏହା ପରେ ସେ ନଜର ଆସିଥିଲେ ବାବୁସାନଙ୍କ ସହ ଫିଲ୍ମ ‘ହିରୋ ନମ୍ବର ଓ୍ଵାନ’ରେ । ଏହାପରେ ସେ ନଜର ଆସିଥିଲେ ‘ଶ୍ରୀମାନ ସୁରଦାସ’ରେ। ଏଥିରେ ପୁଣିଥରେ ବାବୁସାନ୍-ଭୂମିକାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ବୁଦ୍ଧାଦିତ୍ୟ ସହନାୟକ ଭୂମିକାରେ ନଜର ଆସିଥିଲେ। ଏହି ସିନେମାରେ ଅବଶ୍ୟ ବୁଦ୍ଧାଦିତ୍ୟଙ୍କ ଭୂମିକାଟି ଖୁବ୍ ମଜାଦାର ଥିଲା। ଏଯାବତ୍ ଏହି ଗୋଟିଏ ସିନେମାରେ ବୁଦ୍ଧାଦିତ୍ୟ ଓ ଭୂମିକା ଏକାଠି କାମ କରିଛନ୍ତି। ‘ଶ୍ରୀମାନ ସୁରଦାସ’ର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଅଭିଜିତ୍ ମଜୁମ୍ଦାର୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଥିଲେ ରଣଜିତ୍ ପଟ୍ଟନାୟକ।

ଓଲିଉଡର ଜଣାଶୁଣା ନାୟକ ବୁଦ୍ଧାଦିତ୍ୟ ମହାନ୍ତି ୨୦୦୬ରେ ରିଲିଜ୍ ହୋଇଥିବା ‘ଆଇ ଲଭ ମାଇଁ ଇଣ୍ଡିଆ’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ‘ପ୍ରେମରୋଗୀ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ସଙ୍ଗମ’, ‘ଲୋଫର୍’, ‘ତୁ ଥିଲେ ମୋ’ ଡର କାହାକୁ, ‘ପାଗଳ କରିଚି ପାଉଁଜି ତୋ’ର’, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଜଗା ହାତରେ ପଘା’ ଓ ‘ଶ୍ରୀମାନ୍ ସୁରଦାସ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଖାଲି ସେତିକି ନୁହେଁ ସେ କେତେକ ହିନ୍ଦୀ ମେଗା ଧାରାବାହିକରେ ବି ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର