ଭୋପାଲୀର ଅର୍ଥ ହେଉଛି ସମଲିଙ୍ଗୀ; ଏଭଳି କହି ଫସିଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି। ‘ଭୋପାଳୀ’ର ଅର୍ଥ ହେଉଛି’ ସମଲିଙ୍ଗୀ ବୋଲି କହି ଏବେ ବିବାଦ ଘେରରେ ବିବେକ ଅଗ୍ନିହୋତ୍ରୀ। ସାମ୍ବାଦିକ ତଥା ସେଲିବ୍ରିଟି ମ୍ୟାନେଜର ରୋହିତ ପାଣ୍ଡେ ଭୋପାଳ ନାଗରିକଙ୍କୁ ସମଲିଙ୍ଗୀ ବୋଲି କହିଥିବାରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବାକୁ ଭର୍ସୋଭା ପୁଲିସ ଷ୍ଟେସନକୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।

କିଛି ଦିନ ତଳେ ବିବେକ ଅଗ୍ନିହୋତ୍ରୀ ଏକ ଅନଲାଇନ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଅଗ୍ନିହୋତ୍ରୀ କହୁଥିଲେ ଯେ, ମୁଁ ଭୋପାଳରେ ବଢ଼ିଛି, କିନ୍ତୁ ମୁଁ ‘ଭୋପାଳୀ’ ନୁହେଁ। କାରଣ ଭୋପାଳୀର ଅର୍ଥ କିଛି ଅଲଗା। ଏହାର ଅର୍ଥ ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ବୁଝାଇବି। ଭୋପାଳୀର ଅର୍ଥ ହେଉଛି ସମଲିଙ୍ଗୀ। ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି।

ବିବେକଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରି ଅଭିଯୋଗ କରିଥିବା ରୋହିତ ପାଣ୍ଡେ ଭୋପାଳର ମୂଳ ବାସିନ୍ଦା। ଏହି ଅଭିଯୋଗ ରୋହିତଙ୍କ ତରଫରୁ ତାଙ୍କ ଓକିଲ ଅଲି କାଶିଫ ଖାନ ଦେଶମୁଖ ଭର୍ସୋଭା ପୁଲିସ ଷ୍ଟେସନରେ ଦାଖଲ କରିଥିଲେ।

ତେବେ ଚଳିତ ମାସରେ ରିଲିଜ୍ ହୋଇଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି ବିବେକ ଅଗ୍ନିହୋତ୍ରୀ । ଫିଲ୍ମଟି ଭଲ ବ୍ୟବସାୟ କରିଥିବା ବେଳେ ଲୋକପ୍ରିୟ ହୋଇଛନ୍ତି ବିବେକ। ଫିଲ୍ମଟି ୧୩ଦିନରେ ୨୦୦କୋଟି ଆୟ କରିବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର