ସ୍ବାଧୀନତା ଦିବସରେ ରିଲିଜ୍‌ ହେବ ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’!

ଆସନ୍ତା ସ୍ବାଧୀନତା ଦିବସ ଉପଲକ୍ଷେ ଡିଜନି ପ୍ଲସ୍‌ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’। ଏନେଇ ହଟ୍‌ଷ୍ଟାର୍‌ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନଥିଲେ ହେଁ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ଏକ ଦେଶପ୍ରେମ ଆଧାରିତ କାହାଣୀ। ଏଥିରେ ମୁଖ୍ୟ ନାୟକ ସାଜିଛନ୍ତି ‘ତାନାଜୀ: ଦ ଅନସଙ୍ଗ୍ ୱାରିଅର୍’ର ମୁଖ୍ୟ ଚରିତ୍ର ଅଜୟ ଦେବଗନ୍।

ଅଜୟଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୋରା ଫତେହୀ, ଶରଦ କେଲକର୍‌, ଓ ଆମ୍ମି ବିର୍କଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୀମାରେ ଭାରତୀୟ ସେନାନୀଙ୍କ ଦ୍ବାରା ବ୍ୟବହୃତ ଏକ ଏୟାର୍‌ ବସ୍‌କୁ ପାକିସ୍ତାନୀ ସେନା ବମିଙ୍ଗ୍ କରି ଚୂରମାର୍‌ କରିଦେଇଥିଲେ। ଅଜୟ ଏଥିରେ ସ୍କ୍ବାଡ୍ରନ୍ ଲିଡର୍ ବିଜୟ କାର୍ଣ୍ଣିକ ଭୂମିକା‌ରେ ଅବତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର