ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଏବେ ସଫଳତାର ଗୋଟେ ପରେ ଗୋଟେ ପାହାଚ ଚଢ଼ିବା ଆରମ୍ଭ କରିବା ସହ ନିଜର ସ୍ଥାନ ସୁଦୃଢ଼ କରି ସାରିଛନ୍ତି। ପ୍ରଶଂସକଙ୍କ ସଂଖ୍ୟା ବଢ଼ିବା ସହ ଅନେକ ନିର୍ମାତା ତାଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି। ତେବେ ଜଣେ ପ୍ରଶଂସକ ଭୂମିକୁ ନେଇ କରିଥିବା ଟୁଇଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କାଫିର ସୌରଭ ନାମକ ଜଣେ ପ୍ରଶଂସକ ଟୁଇଟ୍ କରି ଲେଖିଥିଲେ କି, ଆପଣଙ୍କ ଫଟୋ ଗୋଟେ ଦିନ ବି ନ ଦେଖି ମୁଁ ରହି ପାରେ ନାହିଁ। ଆପଣ ବହୁତ ସୁନ୍ଦର। ଯଦି ଆପଣ ଜଣେ ସାଧାରଣ ଝିଅ ହୋଇଥାନ୍ତେ, ତେବେ ମୁଁ ଆପଣଙ୍କୁ ବିବାହ କରିବା ସହଜ ହୋଇଥାନ୍ତା। କିନ୍ତୁ ଏବେ ଆପଣ ବଡ଼ ସେଲିବ୍ରିଟି। ମୋ ଭଳି ଜଣେ ସାଧାରଣ ଯୁବକକୁ କାଇଁ ଅବା ବିବାହ କରିବେ ବୋଲି ଲେଖିଥିଲେ।
ଯାହାର ଉତ୍ତରରେ ଭୂମି ଲେଖିଥିଲେ କି, ସେଲିବ୍ରିଟି ହୁଅନ୍ତ ବା ନ ହୁଅନ୍ତୁ, ଏବେ ମୋତେ ବିବାହ କରିବାର ନାହିଁ। କିନ୍ତୁ ମୁଁ ତୁମକୁ ମୋତେ ମନେ ପକାଇବାର ସୁଯୋଗ ଦେବି ନାହିଁ। ଯେତେ ସମ୍ଭବ ମୁଁ ବଡ଼ ପରଦାକୁ ଆସି ତୁମର ମନୋରଞ୍ଜନ କରିବି। ତାଙ୍କର ଏଭଳି ଜବାବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।