ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନ୍‌ସଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ, କଫି ଉଇଥ୍‌ କରଣରେ କଲେ ଖୁଲାସା

ମୁମ୍ବାଇ : ରବିବାର କଫି ଉଇଥ୍‌ କରଣ ସିଜିନ୍‌-୬ରେ ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡ୍‌ନେକର । ଦୁହେଁ କରଣ ପଚାରିଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇଥିବା ବେଳେ କାହାକୁ ଡେଟ୍‌ କରିବାକୁ ଚାହାଁନ୍ତି ସେ ବିଷୟରେ ଜଣାଇଥିଲେ ।

MSN.com

ରାଜକୁମାର ରାଓଙ୍କୁ କାହାକୁ ଡେଟ୍‌ କରିବାକୁ ଚାହିଁବ ବୋଲି ପ୍ରଶ୍ନ କରାଯିବା ପରେ ସେ ଦୀପିକା ପାଦୁକୋନଙ୍କ ନାଁ ନେଇଥିଲେ । ଯଦି ଦୀପିକା ବିବାହ ନ କରିଥାନ୍ତେ ବା ତାଙ୍କର କେହି ପ୍ରେମିକ ନଥାନ୍ତେ,ତେବେ ମୁଁ ତାଙ୍କୁ ଡେଟ୍‌ କରିଥାନ୍ତି ବୋଲି କହିଥିଲେ ରାଜକୁମାର । ଏହା ପରେ ଯଦି ତୁମକୁ ସୁଯୋଗ ମିଳେ,ତେବେ କେଉଁ ଅଭିନେତ୍ରୀଙ୍କ ସ୍ୱାମୀ ବା ପ୍ରେମିକକୁ ଡେଟ୍‌ କରିବ ବୋଲି ଭୂମି ପେଡ୍‌ନେକରଙ୍କୁ ପଚାରିଥିଲେ କରଣ । ଏହାର ଉତ୍ତର ରଖି ମୁଁ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କୁ ଡେଟ୍‌ କରିବାକୁ ଚାହିଁବି ବୋଲି କହିଥିଲେ ଭୂମି ।

ସମ୍ବନ୍ଧିତ ଖବର