ନିକ୍ ଜୋନସଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ଏହି ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସଙ୍କ ବିବାହକୁ ବର୍ଷେ ପୂରିଥିବା ବେଳେ ଏହି ବର୍ଷକ ମଧ୍ୟରେ ଦୁହେଁ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ। ଦୁହିଁଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖାଯାଇଥିଲା। ତେବେ ବିବାହକୁ ବର୍ଷେ ପୂରିବା ପରେ ଏବେ ଜଣେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କାଙ୍କ ସ୍ବାମୀ ନିକଙ୍କୁ ଡେଟ୍ କରିବାକୁ ଚାହୁଁଥିବା ଜଣାପଡ଼ିଛି।

निक-प्रियंका, भूमि
amarujala.com

ଏକ ସାକ୍ଷାତକାରରେ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ଅଭିନେତ୍ରୀ ଭୂମି ପେଡନେକର ନିଜର ମନର କଥା ଜଣାଇଛନ୍ତି। କାହାକୁ ଡେଟ୍ କରିବାକୁ ଚାହାନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଭୂମି ତୁରନ୍ତ ନିକଙ୍କ ନାଁ କହିଥିଲେ। ଏହା ପରେ ସାକ୍ଷାତକାର ନେଉଥିବା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ତାଙ୍କ ଉତ୍ତର ଶୁଣି ହସିବାକୁ ଲାଗିଥିଲେ। ତେବେ ଭୂମି ଏବେ ନିଜ ଫିଲ୍ମ ‘ପତି ପତ୍ନୀ ଔର୍ ୱ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମଟି ରିଲିଜ୍ ହୋଇ ସାରିଥିବା ବେଳେ ବକ୍ସ ଅଫିସରେ ତାହା ଭଲ ପ୍ରଦର୍ଶନ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର