୨୦୧୮ରେ ବି ଏହି ଓଲିଉଡ ନାୟିକାଙ୍କ କ୍ରେଜ୍‌ ରହିବ

ଭୁବନେଶ୍ୱର:ନାୟିକାମାନଙ୍କ ମଧ୍ୟରେ୨୦୧୮ରେ କାହାର ରାଜ୍‌ ରହିବ ବଲିଉଡରେ କିଏ ହେବେ ଦର୍ଶକଙ୍କ ପ୍ରଥମ ପସନ୍ଦ,ତାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଓଲିଉଡର ଦୁଇ ନାମୀ ନାୟିକା ଅର୍ଚ୍ଚିତା ଓ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଏବେ କୌଣସି ନୂଆ ସିନେମା ନଥିବା କୁହାଯାଉଛି। ତଥାପି ଏମାନଙ୍କ ଲୋକପ୍ରିୟତା କୌଣସିମତେ ହ୍ରାସ ହେବ ନାହିଁ ବୋଲି କୁହାଯାଇପାରେ। ତେବେ ୨୦୧୭ର ସର୍ବାଧିକ ଚର୍ଚ୍ଚିତା ନାୟିକା ଭୂମିକା୨୦୧୮ରେ ବି ଓଲିଉଡରେ ରାଜ୍‌ କରିବେ ବୋଲି ଆଶା କରାଯାଉଛି। ଭୂମିକାଙ୍କ କ୍ରେଜ୍‌ ରହିବ ଏ ବର୍ଷ ବୋଲି କୁହାଯାଉଛି।

ଗତବର୍ଷ ଦର୍ଶକ ନବାଗତା ଭୂମିକାଙ୍କୁ ଦୁଇଟି ସିନେମା ‘ ତୁ ମୋ’ ଲଭଷ୍ଟୋରି’ ଏବଂ ‘ହିରୋ ନଂ୧’ରେ ଦେଖିବାକୁ ପାଇଥିଲେ। ଏବେ ତାଙ୍କ ହାତରେ ଦୁଇଟି ନୂଆ ସିନେମା ଥିବା ଜଣାଯାଇଛି। ତାଙ୍କୁ ଏବର୍ଷ ବି ଅନ୍ୟୁନ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇବେ ବୋଲି ସେ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଏ ଦୃଷ୍ଟିରୁ ତାଙ୍କ ଅଭିନୀତ ଦୁଇଟି ସିନେମାକୁ ଦର୍ଶକଙ୍କର ଅପେକ୍ଷା ରହିଛି ବୋଲି କୁହାଗଲେ ଭୁଲ ହେବ ନାହିଁ। ଆଶା କରାଯାଉଛି ଯେ ଭୂମିକାଙ୍କ ଏକ ଓଡ଼ିଆ ସିନେମା ନିଶ୍ଚିତ ରଜ ଅବସରରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର