ଏହି ଲୋକପ୍ରିୟ ନାୟିକାଙ୍କ ସହ ଦୁଇଥର ବଡ଼ ପରଦାରେ ନଜର ଆସିଛନ୍ତି ଭୂମିକା

ଭୁବନେଶ୍ବର: ପ୍ରଯୋଜକ ଏବଂ ନିର୍ଦେଶକ ଅନେକ ସମୟରେ ଦୁଇଜଣ ନାୟିକାଙ୍କୁ ନେଇ ସିନେମା ତିଆରି କରିଥାନ୍ତି। ଏହି କାରଣରୁ ଏକାଠି ଗୋଟିଏ ସିନେମାରେ କାମ କରିବାର ସୁଯୋଗ ମିଳିଥାଏ ଦୁଇ ଜଣ ନାୟିକାଙ୍କୁ । ହୁଏତ ଏମାନଙ୍କ ମଧ୍ୟରୁ ଜଣେ ସିନିଅର୍‌ ଓ ଆରଜଣକ ଜୁନିଅର୍‌ ହୋଇଥିବା ହେତୁ ଗୋଟିଏ ସିନେମାରେ ସ୍କ୍ରିନ୍‌ ସେଆର୍‌ କରିବାକୁ ରାଜି ହୁଅନ୍ତି।


ଏଭଳି ଦୁଇ ଓଲିଉଡ ନାୟିକା ହେଲେ ଅନୁ ଚୌଧୁରୀ ଓ ଭୂମିକା ଦାସ। ଏଦୁଇ ନାମୀ ନାୟିକା ଏଯାବତ୍ ମାତ୍ର ଦୁଇଟି ସିନେମାରେ ଏକାଠି ନଜର ଆସିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ନାୟକର ନାଆଁ ଦେବଦାସ’ । ଏଥିରେ ଅସିତ ଥିଲେ ଦେବଦାସ ଭୂମିକାରେ ଓ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଅଭିନୟ କରିଥିଲେ ଚନ୍ଦ୍ରମୁଖୀ ଚରିତ୍ରରେ। ଏଥିରେ ଭୂମିକା ବନିଥିଲେ ପାରୋ।

‘ନାୟକର ନାଆଁ ଦେବଦାସ’ ସିନେମାର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ବିଜୟ ମହାନ୍ତି, ମିହିର ଦାସ, ପିଣ୍ଟୁ ନନ୍ଦ, ଅପରାଜିତା ଓ ବବି ମିଶ୍ର ପ୍ରମୁଖ। ଏହାର ନିର୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି)। ଏହାର ସଂଳାପ ଦେବୀଦତ୍ତ ମହାନ୍ତି ଲେଖିଥିବାବେଳେ, ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ।
ଅନ୍ୟ ଯେଉଁ ଓଡ଼ିଆ ସିନେମାରେ ଅନୁ ଓ ଭୂମିକା ଏକାଠି ନଜର ଆସିଥିଲେ, ତା’ର ଶୀର୍ଷକ ହେଲା ‘ତୁ ମୋ’ ଲଭଷ୍ଟୋରି-୨’। ଏହି ସିନେମାରେ ସିଦ୍ଧାନ୍ତ-ଅନୁଙ୍କ ସହ ସ୍ୱରାଜ ଓ ଭୂମିକା ଯୋଡ଼ିଙ୍କୁ ଦେଖିବାକୁ ମିଳିଥିଲା। ଏହି ସିନେମାର ନିର୍ଦେଶନା ଦେଇଥିଲେ ତାପସ ସରଘରିଆ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦେଶକ।

ସମ୍ବନ୍ଧିତ ଖବର